ETV Bharat / state

ମନ୍ଦିର ମଠ ଖୋଲିବାକୁ ଓଡିଶା ମନ୍ଦିର ସେବାୟତ ସଂଘର ଦାବି - ଓଡିଶା ମନ୍ଦିର ସେବାୟତ ସଂଘ

ରାଜ୍ୟରେ କୋରୋନା ସଂକ୍ରମଣ କମିବା ପରେ ସମସ୍ତ ମଠ ଓ ମନ୍ଦିର ଖୋଲିବାକୁ ଓଡିଶା ରାଜ୍ୟ ସେବାୟତ ସଂଘ ଦାବି କରିଛି । ଅଧିକ ପଢନ୍ତୁ...

Odisha Priest association demands reopening of all temple in the state
ମନ୍ଦିର ମଠ ଖୋଲିବାକୁ ଓଡିଶା ମନ୍ଦିର ସେବାୟତ ସଙ୍ଘର ଦାବି
author img

By

Published : Dec 13, 2020, 7:56 PM IST

ବାରିପଦା: ରାଜ୍ୟରେ କୋରୋନା ମହାମାରୀର ପ୍ରକୋପ କମିଥିବାରୁ ସମସ୍ତ ମଠ ଓ ମନ୍ଦିର ଖୋଲିବାକୁ ଦାବି କରିଛି ସେବାୟତ ସଂଘ । ଏ ନେଇ ବାରିପଦାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜ୍ୟ ସେବାୟତ ସଂଘର ସଭାପତି କାମେଶ୍ବର ତ୍ରିପାଠୀ ସୂଚନା ଦେଇଛନ୍ତି ।

ମନ୍ଦିର ମଠ ଖୋଲିବାକୁ ଓଡିଶା ମନ୍ଦିର ସେବାୟତ ସଙ୍ଘର ଦାବି

ଓଡିଶା ରାଜ୍ୟ ସେବାୟତ ସଂଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା । ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ନିବେଦନ କରିଛନ୍ତି ରାଜ୍ୟ ସଂଘ ସଭାପତି କମେଶ୍ବର ତ୍ରିପାଠୀ । ତେବେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସଂଘ ସ୍ବାଗତ କରିଥିବା ସହ ଆସନ୍ତା 20 ତାରିଖ ମଧ୍ୟରେ ସମସ୍ତ ମନ୍ଦିର ଓ ମଠ ଖୋଲିବାକୁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।

ସରକାର ଏନେଇ ନିଷ୍ପତ୍ତି ନ ନେଲେ ଚଳିତ ମାସ 15 ତାରିଖ ଧନୁ ସଂକ୍ରାନ୍ତିରେ ସନ୍ଧ୍ୟା 5ଟାରେ ମନ୍ଦିର ସମ୍ମୁଖରେ ସରକାରଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ମନ୍ଦିର ଖୋଲିବାକୁ ଅନୁରୋଧ କରାଯିବ । ଏଥିରେ ରାଜ୍ୟର ସମସ୍ତ ଭକ୍ତ ସମେତ ସେବାୟତମାନେ ସାମିଲ ହେବେ । ଏ ନେଇ ଓଡିଶା ସେବାୟତ ସଂଘର ସଭାପତି କାମେଶ୍ବର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.