ETV Bharat / state

6 ଦଫା ଦାବି ନେଇ ଆନ୍ଦୋଳନରେ ପୋଲିସ କର୍ମଚାରୀ

ମୟୂରଭଞ୍ଜ ଜିଲ୍ଲାର ସଂଘ ବି ଆନ୍ଦୋଳନକୁ ସମର୍ଥନ ଜଣାଇ କଳାବ୍ୟାଚ ପରିଧାନ କରିଛି । ଏଥିରେ ହଜାର ହଜାର ସଂଖ୍ୟାରେ ପୋଲିସ କର୍ମଚାରୀମାନେ ଭାଗ ନେଇଛନ୍ତି ।

ଆନ୍ଦୋଳନରେ ପୋଲିସ କର୍ମଚାରୀ
author img

By

Published : Feb 9, 2019, 10:31 AM IST

ମୟୂରଭଞ୍ଜ: ଗୁରୁବାର ଠାରୁ 6 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ପୋଲିସ୍ କନେଷ୍ଟବଳ, ହାବିଲଦାର ଓ ସିପାହୀ ସଂଘ । ମୟୂରଭଞ୍ଜ ଜିଲ୍ଲାର ସଂଘ ବି ଆନ୍ଦୋଳନକୁ ସମର୍ଥନ ଜଣାଇ କଳାବ୍ୟାଚ ପରିଧାନ କରିଛି । ଏଥିରେ ହଜାର ହଜାର ସଂଖ୍ୟାରେ ପୋଲିସ କର୍ମଚାରୀମାନେ ଭାଗ ନେଇଛନ୍ତି ।

ଓଡ଼ିଶା ପୋଲିସ ସର୍ଭିସ ଆସୋସିଏସନ୍, ଓଡ଼ିଶା ପୋଲିସ ମହାସଂଘ, ଓଡ଼ିଶା ପୋଲିସ ହାବିଲଦାର କନେଷ୍ଟବଳ ମହାସଂଘ ପକ୍ଷରୁ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଛନ୍ତି । ଠିକା କର୍ମଚାରୀଙ୍କୁ ସ୍ଥାୟୀ, ଗ୍ରେଡ ପେରେ ସଂଶୋଧନ ସହ 6 ଦଫା ଦାବି ସଂଘର ସଦସ୍ୟମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।

ଆନ୍ଦୋଳନକାରୀ ସୁରକ୍ଷାକର୍ମୀମାନେ ସନ୍ଧ୍ୟା ସୁଦ୍ଧା ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ହଜାର ହଜାର ପୋଲିସ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୋଲିସ ସଂଘ ୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଆଜି ଆନ୍ଦୋଳନରୁ ଓହରିଥିବା ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

ଘରୋଇ ସ୍କୁଲରେ ଫି' ବୃଦ୍ଧିକୁ ବିରୋଧ, ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ବର: ରାଜ୍ୟର ଘରୋଇ ସ୍କୁଲଗୁଡ଼ିକରେ ମନମୁଖି ଫି’ ଆଦାୟକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି । ବିରୋଧ କରିବା ସହ ସ୍ବତନ୍ତ୍ର ଫି’ ଢାଞ୍ଚା ଘୋଷଣା ଦାବି କରି ଭୁବନେଶ୍ବର ବିଭାଗୀୟ ମୁଖ୍ୟ ଦପ୍ତର ଆଗରେ ଆମରଣ ଅନଶନରେ ବସିଛନ୍ତି ଅଭିଭାବକ ମହାସଂଘ । 

କିଛି ଦିନ ପରେ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ଯଦି ଫି' ଷ୍ଟ୍ରକଚର ବାବଦରେ ସରକାର କିଛି ଘୋଷଣା ନକରନ୍ତି ତେବେ ବେସରକାରୀ ସ୍କୁଲ ଗୁଡ଼ିକ ମନଇଛା ଫି ଆଦାୟ କରିବେ ବୋଲି ଅଭିଭାବକ ମହାସଂଘ ଅଭିଯୋଗ କରିଛି । 

ତେବେ ଫି' କୁ ନେଇ ଏଫ୍ଆରସି କମିଟି ସରକାରଙ୍କୁ ଦେଇଥିବା ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପଡ଼ି ରହିଥିବାରୁ ଏହାକୁ ତୁରନ୍ତ ଘୋଷଣା କରିବାକୁ ସଂଘ ଦାବି କରିଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ସଂଘ ଅବଗତ କରିଥିଲେ ମଧ୍ୟ କୋଣସି ସୁଫଳ ମିଳି ନଥିବାରୁ ଫି’ ଷ୍ଟ୍ରକଚର ଘୋଷଣା ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ଅଭିଭାବକ ମହାସଂଘ ଚେତାବନୀ ଦେଇଛି । 

ସରକାରଙ୍କୁ ଦାବି ପୂରଣ ପାଇଁ ଅନୁରୋଧ କରିବା ସହ ସମସ୍ତ ଅଭିଭାବକଙ୍କୁ ଆନ୍ଦୋଳନରେ ସାମିଲ ହେବାଲାଗି ଅନୁରୋଧ କରିଛନ୍ତି ଓଡ଼ିଶା ଅଭିଭାବକ ମହାସଂଘର ମୁଖପାତ୍ର ନୃସିଂହ ଚରଣ ସାହୁ ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଫି' ଆଦାୟ ସଂକ୍ରାନ୍ତରେ ଏକ କମିଟି ଗଠନ କରାଯାଇଥିଲା । କମିଟି ଫି' ସଂକ୍ରାନ୍ତୀୟ ଏକ ରିପୋର୍ଟ ସରକାରଙ୍କୁ ଦେଇଛନ୍ତି । ଯେଉଁଥିରେ ୟୁକେଜି ପାଇଁ ବାର୍ଷିକ ସର୍ବାଧିକ ୧୫ହଜାର, ପ୍ରଥମରୁ ପଞ୍ଚମ ୧୭ହଜାର, ଷଷ୍ଠ ରୁ ଅଷ୍ଟମ ୨୦ହଜାର, ନବମ ଓ ଦଶମ ଶ୍ରେଣୀ ପାଇଁ ୨୨ହଜାର ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.