ETV Bharat / state

ଓଡ଼ିଶା-ଝାଡ଼ଖଣ୍ଡ ସୀମା ହେଲା ସିଲ - ଓଡ଼ିଶା-ଝାଡ଼ଖଣ୍ଡ ସୀମା

ବଢୁଛି କୋରୋନା ପ୍ରକୋପ । ଓଡ଼ିଶା-ଝାରଖଣ୍ଡ ସୀମା ଲାଇଲମ ଘାଟୀ ଓ ନନ୍ଦାବସା ନିକଟସ୍ଥ ବାମନଝାରୀ ଘାଟୀ ରାସ୍ତାକୁ ଗଛ ଡାଳ ଓ ପଥର ଦେଇ ସିଲ୍ କରିଛନ୍ତି । ଅଧିକ ପଢନ୍ତୁ..

ଓଡ଼ିଶା-ଝାଡ଼ଖଣ୍ଡ ସୀମା ହେଲା ସିଲ
ଓଡ଼ିଶା-ଝାଡ଼ଖଣ୍ଡ ସୀମା ହେଲା ସିଲ
author img

By

Published : May 6, 2021, 7:14 AM IST

ରାଇରଙ୍ଗପୁର: ଲକଡାଉନକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ କଲା ପ୍ରଶାସନ । ରାଜ୍ୟ ସରକାର କୋରୋନା ଭୟାବହତାକୁ ଦେଖି 14ଦିନ ଲକଡାଉନ ଘୋଷଣା କରିଛନ୍ତି ।

ଓଡ଼ିଶା-ଝାଡ଼ଖଣ୍ଡ ସୀମା ହେଲା ସିଲ

ମୟୂରଭଞ୍ଜ ଜିଲ୍ଲା ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ ଓ ବ୍ଲକ ବିଡିଓ ହେମନ୍ତ କୁମାର ନାୟକ, ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଦାର, ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନଙ୍କ ଉପସ୍ଥିତିରେ ଝରାଡିହି ଫାଣ୍ଡି ଅଧିକାରୀ ଦୁଃଖବନ୍ଧୁ ନାୟକ' ପୋଲିସ୍ କର୍ମଚାରୀ ତଥା ସ୍ଥାନୀୟ ଲୋକଙ୍କ ସହଯୋଗରେ ଓଡ଼ିଶା-ଝାରଖଣ୍ଡ ସୀମା ଲାଇଲମ ଘାଟୀ ଓ ନନ୍ଦାବସା ନିକଟସ୍ଥ ବାମନଝାରୀ ଘାଟୀ ରାସ୍ତାକୁ ଗଛ ଡାଳ ଓ ପଥର ଦେଇ ସିଲ୍ କରିଛନ୍ତି । ତେବେ 5 ତାରିଖ ଠାରୁ ଲକଡାଉନ ଲାଗୁ ହେଉଥିବା ବେଳେ ୪ ତାରିଖ ଦିନ ସୀମାନ୍ତ ରାସ୍ତା ସିଲ୍ କରାଯାଇଥିଲା । ହେଲେ ରାତିବେଳେ କେହି ଗଛ ଡାଳ ତଥା ପଥର ହଟାଇ ରାସ୍ତା ଖୋଲା ଯାଇଥିବା ସୂଚନା ମିଳିଛି ।

ତେବେ ବୁଧବାର ପୁଣିଥରେ ବହଳଦା ତହସିଲଦାର ଓ ବହଳଦା ବିଡିଓ ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଝରାଡିହି ସରପଞ୍ଚଙ୍କ ଉପସ୍ଥିତିରେ ଝରାଡିହି ପୋଲିସ କର୍ମଚାରୀଙ୍କ ଦ୍ବାରା ରାସ୍ତା ସିଲ୍ କରାଯାଇଥିଲା । ବର୍ତ୍ତମାନ କୋଭିଡ ପ୍ରକୋପ ଦେଖି ସରକାରଙ୍କ ପକ୍ଷରୁ ଜାରି କଟକଣା ମାନି ଅନ୍ତଃରାଜ୍ୟ ଗମନାଗମନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜରୁରୀ ନହେଲେ ଘରୁ ବାହାରକୁ ନ ଆସିବା ପାଇଁ ଏବଂ ମାସ୍କ ସାନିଟାଇଜର ସହ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ବହଳଦା ତହସିଲଦାର ତଥା ମାଜିଷ୍ଟ୍ରେଟ୍ ପରମାନନ୍ଦ ଖଣ୍ଡେଇ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.