ETV Bharat / state

ମଣିପୁର ହିଂସା ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ - ମଣିପୁର ହିଂସାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ

ମଣିପୁର ହିଂସା ଘଟଣାର ତଦନ୍ତ କରିବେ ଓଡ଼ିଆ ପୋଲିସ ଅଧିକାରୀ । ସିବିଆଇ ଟିମରେ ସାମିଲ ହେଲେ ମୟୂରଭଞ୍ଜର ବିଶ୍ବ ପ୍ରକାଶ ରାଉତ । ଅଧିକ ପଢନ୍ତୁ

ମଣିପୁର ହିଂସା ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ

author img

By ETV Bharat Odisha Team

Published : Sep 7, 2023, 9:14 AM IST

Updated : Sep 7, 2023, 2:19 PM IST

ମଣିପୁର ହିଂସା ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ

ରାଇରଙ୍ଗପୁର: ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ । ଏହି ହିଂସା ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ଟିମରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି । ଏହି ପୋଲିସ ଅଧିକାରୀ ହେଉଛନ୍ତି କୁଳିଅଣା ଥାନା ଅଧିକାରୀ ବିଶ୍ବ ପ୍ରକାଶ ରାଉତ । ସେ ସିବିଆଇ ଟିମରେ ସାମିଲ ହେବା ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ପକ୍ଷରୁ ଓଡ଼ିଶା ପୋଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି । ସିବିଆଇର ସୂଚନା ପରେ ଥାନା ଅଧିକାରୀ ବିଶ୍ବ ପ୍ରକାଶଙ୍କୁ ରିଲିଭ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମଣିପୁର ହିଂସାକାଣ୍ଡର ତଦନ୍ତ କରୁଥିବା ସିବିଆଇ ଟିମରେ ୫୩ ଜଣ ଅଧିକାରୀ ରହିଛନ୍ତି । ସେଥିମଧ୍ୟରେ ୨୯ ଜଣ ମହିଳା ଅଧିକାରୀ ସାମିଲ ଅଛନ୍ତି । ତେବେ ସିବିଆଇ ଟିମରେ ଓଡ଼ିଶାରୁ ଜଣେ ଓଡିଆ ପୋଲିସ ଅଫିସରଙ୍କ ଯୋଗଦାନ ପରେ ମୟୂରଭଞ୍ଜ ପୋଲିସ ମହଲରେ ଖୁସିର ବତାବରଣ ଖେଳିଯାଇଛି । ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ବିଶ୍ବ ପ୍ରକାଶ ରାଉତଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ବିଶ୍ୱ ପ୍ରକାଶ ରାଉତ ୨୦୧୨ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ୨୦୨୧ ମସିହାରୁ ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚ ସମେତ ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟ କରିଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ: Fresh Violence in Manipur: ପୁଣି ଅଶାନ୍ତ ମଣିପୁର; କିଛି ଦିନର ନିରବତା ପରେ ଫୁଟିଲା ଗୁଳି, ଜଣେ ମୃତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜକୁ ୪ ମାସ ହେଲାଣି ଜଳୁଛି ମଣିପୁର । ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁଁ ମେ' ୩ ତାରିଖରୁ ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା ସ୍ଥିତି ଲାଗି ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରାକରଙ୍କ ଶତଚେଷ୍ଟା ବିଫଳ ହେଉଛି । ଏହି ଜାତିଗତ ହିଂସାରେ ଏବେସୁଦ୍ଧା ୧୬୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି । ଏବେ ବି ଶତାଧିକ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ରାଜ୍ୟରେ ହତ୍ୟା, ପୋଡାଜଳା, ଗୁଳିମାଡ, ଦୁଷ୍କର୍ମ ଘଟଣା ସାମ୍ନାକୁ ଗଣାମଧ୍ୟମର ଶିରୋନାମା ପାଲଟୁଛି । ବିଶେଷକରି ଗତମାସରେ ଏଠାରେ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଏହି ହିଂସା ଘଟଣାରେ କେନ୍ଦ୍ର ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହି ତଦନ୍ତକାରୀ ଟିମରେ ଓଡ଼ିଆ ପୋଲିସ ଅଧିକାରୀଙ୍କୁ ସ୍ଥାନ ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Sep 7, 2023, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.