ETV Bharat / state

2ୟ ଦିନରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପଦଯାତ୍ରା - ଓଟିଇଟି ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓଟିଇଟି ଏବଂ ଓଏସଟିଇଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବାରୁ ଉତ୍ତର ଓଡିଶା ବିଦ୍ୟାଳୟର ଶତାଧିକ ଇଣ୍ଟିଗ୍ରେଟେଡ଼ ବିଇଡି ଓ ଏମଇଡି ଛାତ୍ରଛାତ୍ରୀଙ୍କ ପଦଯାତ୍ରା ବୁଧବାର ଦ୍ବିତୀୟ ଦିନରେ ପହଞ୍ଚିଛି ।

North odisha univerty news
ଦ୍ବିତୀୟ ଦିନରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପଦଯାତ୍ରା
author img

By

Published : Nov 27, 2019, 8:23 PM IST

ବାରିପଦା: ଉତ୍ତର ଓଡିଶା ବିଦ୍ୟାଳୟର ଶତାଧିକ ଇଣ୍ଟିଗ୍ରେଟେଡ଼ ବିଇଡି ଓ ଏମଇଡି ଛାତ୍ରଛାତ୍ରୀଙ୍କ ପଦଯାତ୍ରା ବୁଧବାର ଦ୍ବିତୀୟ ଦିନରେ ପହଞ୍ଚିଛି । ଛାତ୍ରଛାତ୍ରୀମାନେ ମଙ୍ଗଳବାର ଠାରୁ ବାରିପଦା ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟରୁ ବାହାରି ପ୍ରାୟ 30 କିଲୋମିଟରରୁ ଊର୍ଦ୍ଧ୍ବ ପଥ ଅତିକ୍ରମ କରିବା ପରେ ବୁଧବାର ବେତନଟୀଠାରେ ପହଞ୍ଚିଛନ୍ତି ।

ଦ୍ବିତୀୟ ଦିନରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପଦଯାତ୍ରା

ପଦଯାତ୍ରାରେ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ହେବା ଫଳରେ ମଙ୍ଗଳବାର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଗତ ନଭେମ୍ବର 5 ତାରିଖ ଦିନ ବାରିପଦା ତକତପୁରରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ପଦଯାତ୍ରା ସ୍ଥଗିତ କରିଥିଲେ ଛାତ୍ରଛାତ୍ରୀ ।

ପରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ମଙ୍ଗଳବାର ଠାରୁ ପୁଣିଥରେ ଛାତ୍ରଛାତ୍ରୀମାନେ ପଦଯାତ୍ରାରେ ବାହାରିଛନ୍ତି । ନିଜ ହକ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ ଜଣାଇବେ। ଛାତ୍ରଛାତ୍ରୀଙ୍କ ଦାବି ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓଟିଇଟି ଏବଂ ଓଏସଟିଇଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ସରକାରଙ୍କୁ ଜଣାଇଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବାରୁ ବାଧ୍ୟ ହୋଇ ପଦଯାତ୍ରାରେ ବାହାରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଉତ୍ତର ଓଡିଶା ବିଦ୍ୟାଳୟର ଶତାଧିକ ଇଣ୍ଟିଗ୍ରେଟେଡ଼ ବି ଇ ଡି ଓ ଏମ ଇ ଡି ଛାତ୍ର ଛାତ୍ରୀ ଙ୍କ ପଦଯାତ୍ରା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି - ଛାତ୍ରଛାତ୍ରୀ ମାନେ ଗତକାଲି ଠାରୁ ବାରିପଦା ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ରୁ ବାହାରି ପ୍ରାୟ 30 କିଲୋମିଟର ରୁ ଉର୍ଦ୍ଧ୍ବ ପଥ ଅତିକ୍ରମ କରିବା ପରେ ଆଜି ବେତନଟୀ ଠାରେ ପହଞ୍ଚିଛନ୍ତି । ତେବେ ପଦଯାତ୍ରା ରେ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ହେବା ଫଳରେ ଗତକାଲିଠାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଛାତ୍ରଛାତ୍ରୀ ମାନେ ଗତ ନଭେମ୍ବର 5 ତାରିଖ ଦିନ ବାରିପଦା ତକତପୁର ରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ ତେବେ ଜିଲ୍ଲାପାଳ ଙ୍କ ଲିଖିତ ପ୍ରତ୍ରିଶ୍ରୁତି ପରେ ପଦଯାତ୍ରା ସ୍ଥଗିତ କରିଥିଲେ ଛାତ୍ରଛାତ୍ରୀ। ଜିଲ୍ଲାପାଳ ଙ୍କ ପ୍ରତ୍ରିଶ୍ରୁତି ପୂରଣ ହୋଇ ନ ଥିବାରୁ ଗତକାଲି ଠାରୁ ପୁଣିଥରେ ଛାତ୍ରଛାତ୍ରୀ ମାନେ ପଦଯାତ୍ରା ରେ ବାହାରିଛନ୍ତି ନିଜର ହକ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଗୁହାରି ଜଣାଇବେ। ଛାତ୍ରଛାତ୍ରୀ ଙ୍କ ଦାବି ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓ ଟି ଇ ଟି ଏବଂ ଓ ଏସ ଟି ଇ ଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଂଚିତ ହେଉଥିବାରୁ ଆଜି ପଦଯାତ୍ରା ଆରମ୍ଭ କରିଛନ୍ତି - ଏ ନେଇ ବିଭିନ୍ନ ସମୟରେ ସରକାର ଙ୍କୁ ଜଣାଇଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବା ଆଜି ବାଧ୍ୟ ହୋଇ ପଦଯାତ୍ରା ରେ ବାହାରିଛନ୍ତି - ଛାତ୍ରଛାତ୍ରୀ ମାନେ ନିଜ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ ବୋଲି କହିଛନ୍ତି।Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.