ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ପଞ୍ଚପିଢ ଉପଖଣ୍ଡ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ହୋଇଛି । ଦଳୀୟ ବିଧାୟକ ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ ବିଜେପି କର୍ମୀ ଓ ସମର୍ଥକଙ୍କ ସହିତ କରଞ୍ଜିଆ ଷ୍ଟାଡିୟମରୁ ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଏହି ଅବସରରେ ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ କହିଛନ୍ତି ଯେ, ଲୋକମାନେ ନରେନ୍ଦ୍ର ମୋଦିଙ୍କ ଯୋଜନା ସମ୍ପର୍କରେ ଜାଣି ସାରିଲେଣି । ତେଣୁ ବିକାଶକୁ ଆପାଣାଇବେ ଲୋକମାନେ । ବିଜେପି ଜିତିଲେ ଏହି ଅଞ୍ଚଳରେ ବିକାଶ ହେବ ।ତେବେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସମର୍ଥକମାନେ ବେଶ ଉତ୍ସାହିତ ଥିଲେ ।
ସୂଚନାଥାଉକି, ୧୫ ବର୍ଷ ହେବ ବିଜୁ ଜନତା ଦଳ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ନିଜର ସ୍ଥିତି ଜାହିର କରିଆସିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ