ETV Bharat / state

ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର - ଜଙ୍ଗଲ

ମୋରଡା ବ୍ଲକ ଅନ୍ତର୍ଗତ ନାହାସୋଳ ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁପୁତ୍ର ଉଦ୍ଧାର । ଶିଶୁପୁତ୍ରକୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Jun 15, 2019, 1:02 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ନାହାସୋଳ ଜଙ୍ଗଲରୁ ସ୍ଥାନୀୟ ଗ୍ରାମବାସୀ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁପୁତ୍ର ଉଦ୍ଧାର କରିଛନ୍ତି ।

ଶିଶୁପୁତ୍ରକୁ ଅଖାରେ ଗୁଡାଇ ଜାହିରା ତଳେ କେହି ରଖିଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି । ଆଶାଦିଦି ହୀରାମଣି ଟୁଡୁ ଓ ତାଙ୍କ ସ୍ୱାମୀ ନିଜ ସ୍କୁଟି ଯୋଗେ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ପରିତ୍ୟକ୍ତ ଅବସ୍ଥାରେ ଶିଶୁ ପୁତ୍ରଟି ପଡିଥିବା ବେଳେ ଜନ୍ଦା ଓ ପିମ୍ପୁଡି ଲାଗିଯାଇଥିବାରୁ ଗୁରୁତର ହୋଇପଡିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ଯୁବ ସମାଜସେବୀ ରାକେଶ ସିଂହ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରକ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ

ସ୍ଲଗ- ନୀଳଗିରିରେ ପୁଣି ମାତିଲେ ଝାଡଖଣ୍ଡ ହାତୀ
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 9/06/2019
ଆଙ୍କର- ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ ନେଇ ଆତଙ୍କ ଖେଳିଯାଇଛି। କିଛିର ବ୍ୟବଧାନ ପରେ ପୁଣି ଏକ ଝାଡ଼ଖଣ୍ଡି ଦନ୍ତାହାତୀ ଝାଡ଼ଖଣ୍ଡ ଅଂଚଳରୁ ଖସିଆସି ମୟୁରଭଞ୍ଜ ର କୁଆମରା, ରାଢୋ ପରେ ନିଳଗିରିର ଝରଣାଘାଟି ଦେଇ ଅଭୟାରଣ୍ୟ କୁ ପ୍ରବେଶ କରିଥିବାର ସୂଚନା ମିଳିଛି। ଅଭୟାରଣ୍ୟର ବାଲିଆନାଳ ନିକଟ ଜଂଗଲର ବିଭିନ୍ନ ସ୍ଥାନରେ ଉପଦ୍ରବ ଚଳାଇଛି। ଝରଣାଘାଟି ଅଂଚଳରେ ଦନ୍ତା ହାତୀ ଉପଦ୍ରବ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି। ହାତୀ ଗର୍ଜନରେ ଗ୍ରାମବାସୀ ଭୟଭୀତ ହୋଇପଡିଥିବାବେଳେ ପରିବାର ସୁରକ୍ଷା ନେଇ ଚିନ୍ତାରେ ପଡିଛନ୍ତି।ବାରମ୍ବାର ବନବିଭାଗକୁ ହାତୀଟିକୁ ଘଉଡିବା ପାଇଁ ଦାବି ହୋଇଆସୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଂଚଳରେ ଅସନ୍ତୋଷ ବଢି ଚାଲିଛି।
ସୂଚନା -  ଫାଇଲ ଭିଜୁଆଲ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.