ରାଇରଙ୍ଗପୁର: ଜିଲ୍ଲାରେ ପୁଣି ଅଲୋଡା ସାବ୍ୟସ୍ତ ହୋଇଛି ନବଜାତ ଶିଶୁ । ଏକ ନବଜାତ ଶିଶୁର ଖଣ୍ଡିଆ ଖାବରା ଅବସ୍ଥାରେ ଠାବ ହୋଇଛି ମୃତଦେହ । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ କାର୍ଯ୍ୟାଳୟ ନିକଟରେ ।
ସୂଚନା ଅନୁଯାୟୀ, ବିଶୋଇ ବ୍ଲକ କାର୍ଯ୍ୟାଳୟ ପଛପଟେ ଏକ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ପାଇଥିଲେ କିଛି ଯୁବକ । ଏନେଇ କୌଣସି ପଶୁ ମୃତ ଶିଶୁଟିକୁ ଝୁଣିକି ଖାଇ ଦେଇଥିବା ବେଳେ କୌଣସି କୁକୁର ଶିଶୁଟିକୁ ଆଣି ବ୍ଲକ କାର୍ଯ୍ୟାଳୟ ପରିସରରେ ପକେଇ ଦେଇଥିବା ଦେଖିବାକୁ ମିଳିଛି । ସେପଟେ ଅନୈତିକ ସମ୍ପର୍କ ଯୋଗୁଁ ଲୋକଲଜ୍ୟା ଭୟରେ କୌଣସି ଯୁବତୀ ଶିଶୁଟିକୁ ଜନ୍ମ ଦେବା ପରେ ଫିଙ୍ଗି ଦେଇଥିବା ଅନୁମାନ କରାାଯାଉଥିବା ବେଳେ ତାହା ଶିଶୁ କନ୍ୟା କି ଶିଶୁପୁତ୍ର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।
ଇଟିଭି ଭାରତ, ରାଇରଙ୍ଗପୁର