ETV Bharat / state

ରାଇରଙ୍ଗପୁରରେ ରାଜ୍ୟ ମୁଖିଆ, ଶଙ୍ଖ ପାଇଁ ମାଗିଲେ ଭୋଟ - ଶଙ୍ଖ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିକୁ ତୀବ୍ର ନିନ୍ଦିବା ସହ ପୁଣି ଥରେ ବିଜେଡି ସରକାର ଗଢିବାକୁ ରାଇରଙ୍ଗପୁରରେ ସମର୍ଥନ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ-ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 25, 2019, 7:14 PM IST

ରାଇରଙ୍ଗପୁର: ‘କାଳିଆ’ ପାଇଁ ରାଜ୍ୟର ବହୁ ଚାଷୀ ଲାଭବାନ ହେଉଛନ୍ତି । ହେଲେ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏଭଳି ବିଭିନ୍ନ ଅଭିଯୋଗ କରି ବିଜେପିକୁ ତୀବ୍ର ନିନ୍ଦା କରିବା ସହ ପୁଣି ଥରେ ବିଜେଡି ସରକାର ଗଢିବାକୁ ରାଇରଙ୍ଗପୁରରେ ସମର୍ଥନ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ରାଇରଙ୍ଗପୁର

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରତିଟି ପ୍ରମୁଖ ନିର୍ବାଚନୀ ମଣ୍ଡଳୀରେ କରୁଛନ୍ତି ଭୋଟ ଅପିଲ ।

ଗୁରୁବାର ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର କଚେରୀ ପଡିଆକୁ ଆସି ଏକ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ଅପାରଗତା ସମ୍ପର୍କରେ ସେ ବଖାଣିଥିଲେ । ରାଜ୍ୟରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ପୁଣି ଥରେ ସରକାର ଗଢିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ଏକ ରୋଡ଼ ସୋ ରେ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଚାର ସଭାରେ ବିପୁଳ ଜନାସମାଗମ ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୀବ ପରିଡା, ଇଟିଭି ଭାରତ

Intro:ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି କେନ୍ଦ୍ର ଆଉ ରାଜ୍ୟ ସ୍ତରୀୟ ନେତା ପ୍ରଚାର ପାଇଁ ଅଣ୍ଟା ଭିଡୁଛନ୍ତି। ଯାଜପୁର ଜିଲ୍ଲାରେ 4ର୍ଥ ତଥା ଶେଷ ପର୍ଯ୍ୟୟ ନିର୍ବାଚନ ନିମନ୍ତେ ବରୀ ନିର୍ବାଚନ ମଣ୍ଡଳୀ ରେ ବିଜେପି ଦଳର ମଙ୍ଗ ଧରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଆଜି ପଚାର ନିମନ୍ତେ ବରୀ ନିର୍ବାଚନ ମଣ୍ଡଳୀର ସଂଖାରିଗଡା ରେ ପହଂଚି ଛନ୍ତି। ଏହି ଅବସରରେ ଯାଜପୁର ସାଂସଦ ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକ ଆଉ ବରୀ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛି। ତେବେ କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ 19ବର୍ଷର ବିଜେଡି ସରକାର ଙ୍କ ଉପରେ ବାର୍ଷିବା ସହିତ କହିଥିଲେ ଆପଣ ମାନେ ଯେଉଁ ବିଜେଡି ସରକାର ଙ୍କୁ 19 ବର୍ଷଦେଇ କଣ ପାଇଛନ୍ତି ଆମକୁ 5ବର୍ଷ ସୁଯୋଗ ଦିଅ ଦେଖିବେ କିଭଳି ବିକାଶ ହୁଅ। କେନ୍ଦ୍ର ସରକାରଙ୍କ ଆୟୁଷ ଯୋଜନା ଭାରତର ଅନ୍ୟ ରାଜ୍ୟ ମନେ ଭରପୁର ଫାଇଦା ନେଉଥିବା ବେଳେ ବିଜେଡି ସରକାର ଏହି ଯୋଜନା କୁ ବିରୋଧ କରିବାରୁ ଆପଣ ମାନେ ଫାଇଦା ନେପାରୁ ନାହାନ୍ତି। ଓଡ଼ିଶାରେ ତିନୋଟି ପର୍ଯ୍ୟୟରେ ହୋଇ ଯାଇଥିବା ନିର୍ବାଚନ ବିଜେପି ସଂଖ୍ୟା ଗରିଷ୍ଠତା କରିସାରିଛି ଓଡ଼ିଶାରେ ନିଶ୍ଚିତ ସରକାର ଗାଡିବ ବିଜେପି।ଏହି ସଙ୍ଖଳ୍ପ ସମମବେଶରେ ଯାଜପୁର ଜିଲ୍ଲା ପ୍ରଭାରୀ ପୂର୍ବତନ ମନ୍ତ୍ରୀ ସମୀର ଦେ ଓ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ସମେତ ଅନେକ ବଶିଷ୍ଠ ବିଜେପି ନେତା ଓ ନେତ୍ରୀ ଯୋଗ ଦେଇଥିଲେ।15ହଜାର ରୁ ଉର୍ଦ୍ଧ ବିଜେପି କର୍ମୀ ଜନସାଧର ଯୋଗ ଦେଇଥିଲେ।

Body:bite-ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ
bite-ବିଶ୍ୱରଞ୍ଜନ ମଲ୍ଲିକ, ବିଜେପି ବିଧାୟକ ପ୍ରାର୍ଥୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.