ETV Bharat / state

ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପ । ପ୍ରବଳ ବିଜୁଳି ଘଡଘଡି ସମୟରେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ପାଟ୍ରାମହୁଲପାଣି ଗ୍ରାମର ବିଶ୍ବଜିତ ମହାନ୍ତଙ୍କ ଟାଇଲ ଛପର ଘର ଉପରେ ଏକ ଗଛର ବିରାଟ ଡାଳ ଭାଙ୍ଗି ପଡିବାରୁ ଛାତ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା । ସୌଭାଗ୍ୟ ବଶତଃ ଡାଳ ପଡି ଛାତ ଭୁଷୁଡିଥିବା କୋଠରିରେ କେହି ଶୋଇ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ଅଧିକ ପଢନ୍ତୁ...

Natural disasters in mayurbhanj
ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ
author img

By

Published : Sep 20, 2020, 2:40 PM IST

ରାଇରଙ୍ଗପୁର: ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପ । ଘର ଉପରେ ପଡ଼ିଲା ଗଛ, ଆଉ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ସୂଚନା ଅନୁସାରେ ଭୋର ସକାଳରୁ ଅନବରତ ବିଜୁଳି ଘଡଘଡି ସହିତ ମୂଷଳ ଧାରାରେ ଦେଢଘଣ୍ଟା ଧରି ବର୍ଷା ହୋଇଥିଲା । ଏହି ପ୍ରବଳ ବିଜୁଳି ଘଡଘଡି ସମୟରେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ପାଟ୍ରାମହୁଲପାଣି ଗ୍ରାମର ବିଶ୍ବଜିତ ମହାନ୍ତଙ୍କ ଟାଇଲ ଛପର ଘର ଉପରେ ଏକ ଗଛର ବିରାଟ ଡାଳ ଭାଙ୍ଗି ପଡିବାରୁ ଛାତ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା । ସୌଭାଗ୍ୟ ବଶତଃ ଡାଳ ପଡି ଛାତ ଭୁଷୁଡିଥିବା କୋଠରିରେ କେହି ଶୋଇ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ।

ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

ଏ ନେଇ ବହଳଦା ତହସିଲଦାର ଓ ଗିଦିଘାଟୀ ରାଜସ୍ବ ନିରୀକ୍ଷକଙ୍କୁ ଦରଖାସ୍ତ ଜରିଆରେ ଘଟଣା ବିଷୟରେ ଅବଗତ କରାଇବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.