ETV Bharat / state

ପୋଲିସ ଶହୀଦ ଦିବସ: ଶ୍ରଦ୍ଧାଞ୍ଜଳି ଦେଲେ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ - ୬୧ତମ ରାଜ୍ୟ ସ୍ତରୀୟ ପୋଲିସ ଶହୀଦ ଦିବସ

ମୟୂରଭଞ୍ଜ ଜିଲ୍ଲାରେ ୬୧ତମ ରାଜ୍ୟ ସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ। ଅଧିକ ପଢନ୍ତୁ...

ପୋଲିସ ସହିଦ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଦେଲେ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ

author img

By

Published : Oct 22, 2020, 8:12 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପୋଲିସ ପଡିଆଠାରେ ବୁଧବାର ୬୧ ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଓ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଯୋଗ ଦେଇ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଛି ।

ପୋଲିସ ସହିଦ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଦେଲେ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ

ଜିଲ୍ଲାପାଳ ଏବଂ କାର୍ଯ୍ୟରତ ପୋଲିସ ଅଧିକାରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସେହିପରି ଶହୀଦ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା ଅଞ୍ଚଳର ସୁଧୀର କୁମାର ଟୁଡୁଙ୍କୁ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।

ସୁଧୀର ଟୁଡୁ କଳାହାଣ୍ଡି ଜିଲ୍ଲାରେ ମାଓ ସଂଗ୍ରାମରେ ଶହୀଦ ହୋଇଥିଲେ।ଏଥି ସହିତ କୋରୋନାରେ ମୃତ୍ୟବରଣ କରିଥିବା ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ଟ୍ବିଟ କରି ଜିଲ୍ଲାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.