ETV Bharat / state

ଲିଭୁନି ଶିମିଳିପାଳ ନିଆଁ, ନାସା ସାଟେଲାଇଟ୍ ଚିତ୍ରରୁ ହେଲା ସ୍ପଷ୍ଟ ! - mayurbhanj latest news

ଶିମିଳିପାଳରେ ନିଆଁ ଲିଭିବାର ନାଁ ନେଉନାହିଁ । ଏନେଇ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ସାଟେଲାଇଟ ଚିତ୍ର ଜାରି କରିଛି । ଶିମିଳିପାଳ ଜୈବ ମଣ୍ଡଳର କୋର ଏରିଆରେ ନିଆଁ ଲଗିଥିବା ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

fire in Shimlipala NASA satellite captured  view
ଶିମିଳିପାଳରେ ନିଆଁ ଲିଭିବାର ନାଁ ନେଉନାହିଁ, ନାସାର କ୍ୟାମେରାରେ କଏଦ ହେଲା ଦୃଶ୍ୟ
author img

By

Published : Mar 5, 2021, 9:48 PM IST

ଭୁବନେଶ୍ବର: ଶିମିଳିପାଳରେ ନିଆଁ ଲିଭିବାର ନାଁ ନେଉନାହିଁ । ଆଜି ଏନେଇ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ସାଟେଲାଇଟ ଚିତ୍ର କରିଛି । ସେହିପରି ଭାରତର ଜଙ୍ଗଲ ସର୍ବେକ୍ଷଣ କେନ୍ଦ୍ର (ଏଫ୍ଏସଆଇ) ମଧ୍ୟ ନିଆଁର ପ୍ରକୋପକୁ ନେଇ ଉଦବେଗ ପ୍ରକାଶ କରିଛି ।

ଶିମିଳିପାଳ ସଂରକ୍ଷଣ କେନ୍ଦ୍ରରେ ନିଆଁର ପ୍ରକୋପ ଥମିବାର ନାଁ ନେଉନାହିଁ । ଏନେଇ ଭାରତର ଜଙ୍ଗଲ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଗତ ତିନି ଦିନ ମଧ୍ୟରେ ରାଜ୍ୟର ମୋଟ 395ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି । ରାଜ୍ୟର ଜଙ୍ଗଲ ଗୁଡିକ ସୁରକ୍ଷିତ ନଥିବା କୁହାଯାଇଛି ।

ସେପଟେ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ସେଟଲାଇଟରୁ ମଧ୍ୟ ଶିମିଳିପାଳର କୋର ଏରିଆରେ ନିଆଁ ଲାଗିଥିବା ନେଇ ସ୍ପଷ୍ଟ ଚିତ୍ର ଦୃଶ୍ୟମାନ ହେଉଛି । ନାସାର ସାଟେଲାଇଟରେ ଦୀର୍ଘ ତିନି ଘଣ୍ଟା ଧରି ନୀରକ୍ଷଣ କିରିଛି । ସଂରକ୍ଷିତ ଅଭାୟରଣ୍ୟର ପ୍ରାୟ 100 ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଫଟୋରେ ଜାରି ହୋଇଛି ।

ସେପଟେ କିନ୍ତୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଶିମିଳିପାଳ ସଂରକ୍ଷଣ କେନ୍ଦ୍ରରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା କହିଛନ୍ତି । ଯାହାକୁ ନେଇ ନେଇ ଆଶଙ୍କା କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଶିମଳିପାଳ ସଂରକ୍ଷଣ କେନ୍ଦ୍ର ଦେଶର ଏକ ପର୍ଯ୍ୟଟନ କେନ୍ଦ୍ର ଭାବରେ ପରିଚିତ ଏବଂ ବ୍ୟାଘ୍ର ସଂରକ୍ଷଣ ସମେତ ହାତୀ ସଂରକ୍ଷଣ କେନ୍ଦ୍ର ମଧ୍ୟ ରହିଛି । ଏହା ସହ ବିଭିନ୍ନ ଲୁପ୍ତପ୍ରାୟ ଗଛଲତା ସମେତ ବିପୁଳ ପରିମାଣର ଶାଳ ବଣ ସହ ଜୈବ ବିବିଧତାରେ ପରିପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.