ETV Bharat / state

ଡିସେମ୍ବର 14ରେ ଜିଲ୍ଲାପାଳଙ୍କୁ ଭେଟିବେ ଚାଷୀ - ନବ ନିର୍ମାଣ କୃଷକ ସଙ୍ଗଠନ ବୈଠକ

ଆସନ୍ତା ଡିସେମ୍ବର 14 ତାରିଖରେ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିବେ । ଯାହାକୁ ନେଇ ରାଇରଙ୍ଗପୁରରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଡିସେମ୍ବର 14ରେ ଜିଲ୍ଲାପାଳଙ୍କୁ ଭେଟିବେ ଚାଷୀ
ଡିସେମ୍ବର 14ରେ ଜିଲ୍ଲାପାଳଙ୍କୁ ଭେଟିବେ ଚାଷୀ
author img

By

Published : Dec 1, 2020, 3:32 PM IST

ରାଇରଙ୍ଗପୁର: ଜିଲ୍ଲାପାଳଙ୍କୁ ଭେଟିବା ପୂର୍ବରୁ ରାଇରଙ୍ଗପୁରରେ ନବ ନିର୍ମାଣ କୃଷକ ସଙ୍ଗଠନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର 14 ତାରିଖରେ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିବେ । ଯାହାକୁ ନେଇ ରାଇରଙ୍ଗପୁରରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଡିସେମ୍ବର 14ରେ ଜିଲ୍ଲାପାଳଙ୍କୁ ଭେଟିବେ ଚାଷୀ

ମୟୂରଭଞ୍ଜ ଜିଲ୍ଲାରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଚାଷୀଙ୍କୁ ସମ୍ମାନ, ପେନସନ ଓ ଚାଷର ଉଚିତ ମୂଲ ମିଳି ପାରୁନାହିଁ । ତାସହିତ ଚାଷୀମାନେ ଦିନକୁ ଦିନ ତଳିତଳାନ୍ତ, ଶୋଷିତ ଓ ଉପେକ୍ଷିତ ହେଉଛନ୍ତି । ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଅଞ୍ଚଳର ଚାଷୀଙ୍କ ସମସ୍ୟା ବିଷୟରେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏନେଇ ରାଇରଙ୍ଗପୁର ସହରର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାର କୃଷି ଓ କୃଷକ ସମସ୍ୟା ନେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟରେ କୃଷି ଓ କୃଷକ କିଭଳି ବିପନ୍ନ, ଅବହଳିତ, ଶୋଷିତ ହେଉଛନ୍ତି ତାହା ଉପରେ ଆଲୋକପାତ କରାଯାଇଛି । ଚାଷୀ ଓ ଭାଗ ଚାଷୀ ନାମ ପଞ୍ଜୀକରଣ କରି ମଣ୍ଡିରେ ଧାନ ବିକ୍ରି କରି ପାରୁନଥିବା ବେଳେ ପ୍ରତି ଧାନ ବସ୍ତାରେ ୫ରୁ ୧୦ କେଜି ଧାନ କାଟିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବା, ଦଲାଲମାନେ ଆଗୁଆ ଚାଷୀଙ୍କୁ ଅର୍ଥ ଦେଇ ଧାନ କ୍ବିଣ୍ଟାଲ ପିଛା ୧୦୦୦ ରୁ ୧୨୦୦ ଟଙ୍କାରେ ଧାନ କିଣିବା, ଚାଷ ଜମିକୁ ଜଳ ନଦେଇ ଜଳକର ନେବା, ଅଖା ପାଇଁ ସରକାର ଦେଇଥିବା ଅର୍ଥକୁ ବାଟମାରଣା କରିବା, ଠିକ ସମୟରେ ବିହନ, ସାର, କୀଟନାଶକ ଔଷଧ ଯୋଗାଇ ନ ଦେବା ସରକାରୀ ଅବହଳା ଆଦି ସମସ୍ୟାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ଡିସେମ୍ବର 14ରେ ଜିଲ୍ଲାର ଚାଷୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିଭିନ୍ନ ବ୍ଲକର କୃଷକ ନେତା ଉପସ୍ଥିତ ଥିବା ସହିତ ଜିଲ୍ଲା ପ୍ରଭାରୀ ଚିନୁ ଦାସ ଏବଂ ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.