ETV Bharat / state

ଜମିବାଡିକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ଦିଅରର ଠେଙ୍ଗା ମାଡରେ ଭାଉଜ ମୃତ - murder for land bhaujo killed by brother in low

ଜମିଜମାକୁ କେନ୍ଦ୍ରକରି ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଥାନା ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଠେଙ୍ଗାରେ ପିଟି ପିଟି ନିଜ ଭାଉଜକୁ ହତ୍ୟା କଲା ଦିଅର।

murder-for-land-bhaujo-killed-by-brother-in-low
ଜମିବାଡିକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ଦିଅରର ଠେଙ୍ଗା ମାଡରେ ଭାଉଜ ମୃତ
author img

By

Published : Jun 9, 2020, 8:34 PM IST

ରାଇରଙ୍ଗପୁର: ଦିଅରର ଠେଙ୍ଗା ମାଡରେ ଭାଉଜ ମୃତ। ଜମିଜମାକୁ କେନ୍ଦ୍ରକରି ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଥାନା ବନ୍ଦିରାପୋଷି ଗାଁ ସେଗା ସାହିରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ। ଠେଙ୍ଗାରେ ପିଟି ପିଟି ନିଜ ଭାଉଜକୁ ହତ୍ୟା କରିଛି ଦିଅର।

ଜମିବାଡିକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ଦିଅରର ଠେଙ୍ଗା ମାଡରେ ଭାଉଜ ମୃତ

ସୂଚନା ଅନୁଯାୟୀ ପୂର୍ବରୁ ବହୁବାର ଜମିବାଡ଼ିକୁ କେନ୍ଦ୍ର କରି ଅଭିଯୁକ୍ତ ଦିଅର ଶୁକ୍ରା ତିରିଆ ନିଜ ଭାଉଜ ସହ ଝଗଡା କରୁଥିଲା ହେଲେ ଗତକାଲି ସନ୍ଧ୍ୟା ସମୟରେ ସବୁସୀମା ଟପି ଯାଇଥିଲା। ମୃତ ଭାଉଜ ସୁରୁ ତିରିଆ ନିଜ ବାଡ଼ି ଗଛରୁ ଶାଗ ବିଛାଉ ଥିବା ବେଳେ ଅଭିଯୁକ୍ତ ଶୁକ୍ରା ତିରିଆ ଦୌଡି ଆସି ଅତର୍କିତ ଭାବେ ନିଜ ଭାଉଜକୁ ଏକ ଠେଙ୍ଗାରେ ଆକ୍ରମଣ କରି ଚାଲିଥିଲା। ଗୁରୁତର ଅବସ୍ଥାରେ ଭାଉଜ ସୁରୁ ତିରିଆକୁ ଉଦ୍ଧାର କରି କେନ୍ଦୁଝର ମେଡିକାଲକୁ ନିଆଯାଇଥିଲା କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା ନକରି ତାଙ୍କ ଝିଅ ଘରକୁ ନେଇ ଆସିଥିଲେ, ହେଲେ ରାତି ଗୋଟାଏ ପାଖାପାଖି ସୁରୁ ତିରିଆର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଅଭିଯୁକ୍ତର ବଡ ଭାଇ ଜଶୀପୁର ଥାନାକୁ ଆସି ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନା ପଠାଇଥିବା ଜଣାପଡିଛି। ଏହା ପରେ ଅଭିଯୁକ୍ତ ଦିଅର ଶୁକ୍ରା ତିରିଆକୁ ଜଶିପୁର ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.