ETV Bharat / state

ତ୍ରିକୋଣୀୟ ପ୍ରେମ କାହାଣୀରେ ବଳି ପଡିଲେ ଟ୍ୟୁସନ ମାଷ୍ଟର, 3 ଗିରଫ - attack

ଟ୍ୟୁସନ ମାଷ୍ଟର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ। 3 ଅଭିଯୁକ୍ତ ଗିରଫ । ଯୋଜନାବଦ୍ଧ ଭାବେ କରିଥିଲେ ହତ୍ୟା । ପୋଲିସ ଆଗରେ ବଖାଣିଲେ ସବୁ ଯୋଜନା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : Jun 11, 2019, 2:27 PM IST

ମୟୂରଭଞ୍ଜ: ଝାରପୋଖରିଆ ମହୁଲବରେଇ ଗ୍ରାମର ଟ୍ୟୁସନ ମାଷ୍ଟର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ। 3 ଅଭିଯୁକ୍ତ ଗିରଫ । ମୃତକ ମହୁଲବରେଇ ଗାଁର ଅଜୟ କାଳିଆ (ବୟସ 50) ଟ୍ୟୁସନ ପାଇଁ ପ୍ରତ୍ୟେକ ଦିନ ମହୁଲବରେଇରୁ କୃଷ୍ଣପୁରକୁ ଯାଆନ୍ତି । ଘଟଣା ଦିନ ସକାଳୁ ଅଜୟ ଟ୍ୟୁସନ ପଢ଼ାଇବା ଯାଉଥିବା ବେଳେ ସକାଳ 6.30 ସମୟରେ ଦୁର୍ବୃତ୍ତ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ଖବର ପାଇ ଝାରପାଖରିଆ ପୋଲିସ ସଦଳବଳେ ସନ୍ଧାନୀ କୁକୁର ସହିତ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ଅନୁସନ୍ଧାନରୁ ଜଣାପଡିଥିଲା ଯେ ଅଜୟ କାଳିଆଙ୍କର ତାଙ୍କ ଶାଳୀ ଠାକୁରମଣୀ ସିଂଙ୍କ ସହ ଅନୈତିକ ସମ୍ପର୍କ ଥିଲା । ହେଲେ ଠାକୁରମଣୀ ବୃଷଭାନୁପୁର ଗାଁର ପପୁ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ତେବେ ଅଜୟ ଦୁହିଁଙ୍କ ପ୍ରେମରେ ବାଧା ସୃଷ୍ଟି କରୁଥିବାରୁ ୭ ତାରିଖ ରାତିରେ ପପୁ ଏବଂ ଠାକୁରମଣୀ ଅଜୟକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ । ୮ ତାରିଖ ସକାଳେ ପପୁ କୁଲଡିହା ଗ୍ରାମର ରାଧୁ(ନଧା ରାଉଳ) ସହିତ ସକାଳ ପ୍ରାୟ ୬ଟା ସମୟରେ ଏକ ଶାବଳ ସହିତ କୃଷ୍ଣଚନ୍ଦ୍ରପୁର ଯିବା ରାସ୍ତା ପଟାସ ଜଙ୍ଗଲ ନିକଟରେ ଅପେକ୍ଷା କରିଥିଲେ । ଅଜୟ ଆସିବା କ୍ଷଣି ପପୁ ଏବଂ ରାଧୁ ଶାବଳ ସାହାଯ୍ୟରେ ଅଜୟକୁ ଆକ୍ରମଣ କରିଥିଲେ । ଅଜୟ ଦୈାଡି ପଳାଉଥିବା ସମୟରେ ରାଧୁ ତାଙ୍କ ପଛରୁ ଗୋଡାଇ କାବୁ କରି ନେଇ ତଳେ ପକାଇ ଦେଇ ପୁଣି ଆକ୍ରମଣ କରିଥିଲେ । ସେହି ସ୍ଥାନରେ ହିଁ ଅଜୟଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପୋଲିସର ଅନୁସନ୍ଧାନ ପରେ ହତ୍ୟାରେ ବ୍ୟବହୃତ ଶାବଳ, ୪ଟି ମୋବାଇଲ ଏବଂ ବାଇକଟିକୁ ପୋଲିସ ଜବତ କରିଛି । ସମସ୍ତେ ନିଜ ଦୋଷ ପୋଲିସ ଆଗରେ ସ୍ବୀକାର କରିବା ସହିତ ଘଟଣା ବିଷୟରେ କହିଥିଲେ । ଯାହାକୁ ନେଇ ଝାରପୋଖରିଆ ପୋଲିସ ୬୨/୨୦୧୯ରେ ଏକ ହତ୍ୟା ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରେସ ବିଞପ୍ତିରେ ଏସଡିପିଓ କେ.ପି. ପଟ୍ଟନାୟକ ଏବଂ ଆଇ.ଆଇ.ସି. ଶରତ କୁମାର ମହାଳିକ ପ୍ରକାଶ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:Body:

htrj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.