ETV Bharat / state

ସଇତାନ୍ ସ୍ୱାମୀ, ସାବିତ୍ରୀରେ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା - ସାବିତ୍ରୀରେ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ଅଧିକ ପଢ଼ନ୍ତୁ

ସଇତାନ୍ ସ୍ୱାମୀ, ସାବିତ୍ରୀରେ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା

author img

By

Published : May 30, 2022, 8:03 PM IST

ରାଇରଙ୍ଗପୁର : ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଘଟିଯାଇଛି ଅଭାବନୀୟ ଘଟଣା । ଏହି ଦିନ ସ୍ତ୍ରୀ ତା ସ୍ବାମୀର ଦୀର୍ଘାୟୁ କାମନା କରୁଥିବାବେଳେ ଜଣେ ସ୍ବାମୀ ତା ସ୍ତ୍ରୀକୁ ପିଟି ପିଟି ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ଅସୁରା ଗ୍ରାମର ଖଡିଆସାହିରେ ।

ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଖଡିଆସାହିର ବାସିନ୍ଦା ସ୍ବାମୀ ଭରତ ଦେହୁରୀ ଓ ସ୍ତ୍ରୀ କାଳି ଦେହୁରୀଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଭରତ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଜର ହିତା ହିତ ଜ୍ଞାନ ହରାଇ ପାଖରେ ଥିବା ଏକ ଠେଙ୍ଗା ସାହାଯ୍ୟରେ ସ୍ତ୍ରୀ କାଳିକୁ ପିଟି ପିଟି ହତ୍ୟା କରିଥିଲା ।

ପରେ ସ୍ତ୍ରୀ ମରି ଯାଇଥିବା ଜାଣିପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘର ପାଖ ଲୋକେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜଶିପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ଜଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ବାମୀ ଭରତ ଦେହୁରୀକୁ ଧରି ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.