ବାରିପଦା: ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା । ଏକାଥରେ ଗୋଟିଏ ବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ବ ଛାତ୍ରୀ ହେଲେ କୋଭିଡରେ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହେରୁ ଊର୍ଦ୍ଧ୍ବ ଛାତ୍ରୀ ପଢୁଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ(Antigen test) କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ କୋଭିଡ ପଜିଟିଭ(covid positive) ଆସିଛି । ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟବିଭାଗ ।
ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରୁଛନ୍ତି । ଏହା ସହିତ ଆଣ୍ଟିଜେନରେ ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର RTPCR ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ସେହିପରି ପଜିଟିଭ ଚିହ୍ନଟ ହୋଇ ନ ଥିବା ଛାତ୍ରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ