ETV Bharat / state

କାରରୁ ଲକ୍ଷାଧିକ ଟଙ୍କା ଜବତ, ୩ ଅଟକ

କାରରୁ ବିପୁଳ ପରିମାଣର ଟଙ୍କା ଜବତ । ପଶ୍ଚିମବଙ୍ଗର ଏକ କାର୍‌ରୁ ୩୪ ଲକ୍ଷ 24 ହଜାର ଟଙ୍କା ଜବତ କରିଛି ପୋଲିସ ।

author img

By

Published : Mar 30, 2019, 10:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: କାରରୁ ବିପୁଳ ପରିମାଣର ଟଙ୍କା ଜବତ । ପଶ୍ଚିମବଙ୍ଗର ଏକକାର୍‌ରୁ ୩୪ ଲକ୍ଷ 24 ହଜାର ଟଙ୍କା ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବଜାର ଛକ ନିକଟରେ ଜବତ ହୋଇଛି ଏହି ଟଙ୍କା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, WB02AJ7945 ନମ୍ବର ବିଶିଷ୍ଟ ଏକ ହୋଣ୍ଡା କାର ଯୋଗେ ବିପୁଳ ପରିମାଣରେ ଟଙ୍କା ଚାଲାଣ ହେଉଥିବା ବିଶ୍ବସ୍ଥ ସୁତ୍ରରୁଖବର ପାଇଥିଲା ବିଶୋଇ ଥାନା ପୋଲିସ । ଏହା ପରେ ବିଶୋଇ ବଜାର ଛକରେ ପୋଲିସ ପକ୍ଷରୁ ଉକ୍ତ କାର୍‌ରେ ଚଢ଼ାଉ କରାଯାଇଥିଲା । ଚଢାଉବେଳେ କାର୍‌ ଡିକିରୁ ଲକ୍ଷାଧିକ ଟଙ୍କା ମିଳିଥିଲା ।

ତେବେ କାର୍‌ଟି କେନ୍ଦୁଝରରୁ ପଶ୍ଚିମବଙ୍ଗର କୋଲାକତା ଯାଉଥିବା ଜଣାପଡିଛି । ସେପଟେ କାର୍‌ରେ ଥିବା ତିନି ଜଣଙ୍କୁଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଅଟକ ଯୁବକ ମାନେ ହେଲେ ଦିଲୀପ କୁମାର ସିଂ, ବିପ୍ଳବ ଦାସ ଓ ମହମ୍ମଦ ଫିରୋଜ। ତେବେ ଜବତ ଟଙ୍କା କେଆଇଡିସିଓ କମ୍ପାନୀର । ବ୍ୟାଙ୍କ ଏତେ ଟଙ୍କା ନେବାକୁ ମନା କରିଦେଇଥିଲା । ତେଣୁ ସେମାନେ ଏହାକୁ କାର୍‌ ଯୋଗେ ପଶ୍ଚିମବଙ୍ଗସ୍ଥିତ ଅଫିସକୁ ନେଇଯାଉଥିବା କହିଛନ୍ତି ସେହି କମ୍ପାନୀର କର୍ମଚାରୀ ଦିଲୀପ କୁମାର ସିଂ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.