ETV Bharat / state

କରଞ୍ଜିଆରେ ଲଜ୍ଜା, ଘରେ କେହି ନଥିବାର ସୁଯୋଗ ନେଇ 7 ବର୍ଷର ଝିଅକୁ ଦୁଷ୍କର୍ମ ! - ସାତ ବର୍ଷର ଝିଅକୁ ଦୁଷ୍କର୍ମ

ଜଣେ ସାତ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବା ସମୟରେ ୬୦ ବର୍ଷିୟ ବୃଦ୍ଧ ଝିଅଟିକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଜିଲ୍ଲାରେ ପୁଣି ଲଜ୍ଜା, ସାତ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Apr 17, 2022, 8:48 AM IST

ରାଇରଙ୍ଗପୁର: ଜଣେ ସାତ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ।
ବାପା, ମା' ଘରେ ନଥିବା ସମୟରେ କରଞ୍ଜିଆ ଥାନା ଅଞ୍ଚଳର ଜଣେ ସାତ ବର୍ଷର ଝିଅକୁ ଘରେ ଏକୁଟିଆ ପାଇ ଜନୈକ ୬୦ବର୍ଷିୟ ବୃଦ୍ଧ ଝିଅଟିକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକେ ଘରକୁ ଫେରି ଝିଅ ପାଖରୁ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏନେଇ ତୁରନ୍ତ କରଞ୍ଜିଆ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଜନୈକ ୬୦ ବର୍ଷର ବୃଦ୍ଧକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି କରୁଛି କରଞ୍ଜିଆ ପୋଲିସ । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପୋଲିସ ବୃଦ୍ଧ ଜଣକୁ ଗିରଫ କରି ଶନିବାର ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଥିବା କରଞ୍ଜିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.