ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

ଗାଇ ଚରାଇବାକୁ ଯାଇଥିବା ସମୟରେ 11 ହଜାର ଭୋଲ୍ଟର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ । ଏନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

author img

By

Published : Aug 18, 2019, 6:38 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଗାଇ ଚରାଇବାକୁ ଯାଇଥିବା ସମୟରେ 11 ହଜାର ଭୋଲ୍ଟର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ । ଏନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ମୃତ ନାବାଳକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅଞ୍ଚଳର ଘନଶ୍ୟାମ ହୋଙ୍କ ପୁଅ ସଦା ହୋ(16) ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଖୁଣ୍ଟାପୋଷି ଗ୍ରାମରେ ଥିବା ଏକ ପୋଖରୀ ଆଡି ଉପରେ 11 କେଭି ବିଦ୍ୟୁତ ତାର ଝୁଲି ରହିଥିଲା । ଏନେଇ ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି କର୍ଣ୍ଣପାତ କରି ନଥିଲେ । ଏଭଳି ସ୍ଥିତିରେ ଗାଇ ଚରାଇବାକୁ ଯାଇଥିବା ସମୟରେ ଅସାବଧାନତାବଶତଃ ନାବାଳକ ଜଣକ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ନାବାଳକ ।

ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବାରୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଅନ୍ୟପଟେ ଠାକୁରମୁଣ୍ଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହି କ୍ଷତିପୂରଣ ଦାବି କରିଥିଲେ ।

ବିଦ୍ୟୁତ ବିଭାଗ କ୍ଷତିପୂରଣ ବାବଦରେ ପରିବାରକୁ 50000 ଦେବାକୁ ରାଜି ହୋଇଥିବା ବେଳେ ସ୍ଥାନୀୟ ତହସିଲଦାର 25000ଟଙ୍କା ନଗଦ ହସ୍ତାନ୍ତର କରିଥିଲେ ଓ ବାକି 25000 ଟଙ୍କା ମଙ୍ଗଳବାର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଏଥିସହ ବ୍ଲକ ପ୍ରଶାସନ ପକ୍ଷରୁ ବିଜୁ ପକ୍କା ଘର, ଭତ୍ତା ଏବଂ 20000 ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ପ୍ରତିଶୃତି ଦେଇଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ଶାନ୍ତ ହେବା ସହ ରାତି ପ୍ରାୟ 8 ଟା ସମୟରେ ରାସ୍ତା ଅବରୋଧରୁ ହଟିଥିଲେ । ଏନେଇ ଠାକୁରମୁଣ୍ଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର (ମୟୁରଭଞ୍ଜ) : ଏଗାର ହଜାର ଭୋଲ୍ଟ ର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଉଥିବା ନାବାଳକ ର ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ଠାକୁରମୁଣ୍ଡା-ଆନନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ। ମୃତ ନାବାଳକ ଜଣକ ହେଲେ ଠାକୁରମୁଣ୍ଡା ଥାନା ଅଞ୍ଚଳର ଘନଶ୍ୟାମ ହୋ ଙ୍କ ପୁଅ ସଦା ହୋ(୧୬)। ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଖୁଣ୍ଟାପୋଷି ଗ୍ରାମ ରେ ଥିବା ଏକ ପୋଖରୀ ଆଡି ଉପରେ ୧୧ କେଭି ବିଦ୍ୟୁତ୍ ତାର ଝୁଲି ରହିଥିଲା। ଏ ନେଇ ବିଦ୍ୟୁତ୍ ବିଭାଗ କୁ ଗ୍ରାମବାସୀ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ। ତେବେ ଆଜି ଗାଇ ଚରାଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ନାବାଳକ ଜଣକ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନାବାଳକ ର ମୃତ୍ୟୁ ଘଟିଥିଲା। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଉକ୍ତ ନାବାଳକ ର ଅକାଳ ମୃତ୍ୟୁ ହେବା ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ମୃତ ଦେହ କୁ ରାସ୍ତା କଡ଼ରେ ରଖି ଠାକୁରମୁଣ୍ଡା-ଆନନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସେପଟେ ଠାକୁରମୁଣ୍ଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଗ୍ରାମବାସୀ ନିଜ ଜିଦ୍ ରେ ଅଟଳ ଥିଲେ। କ୍ଷତିପୂରଣ ବାବଦରେ ବିଦ୍ୟୁତ୍ ବିଭାଗ ୫୦୦୦୦ ଟଙ୍କା ଦେବାକୁ ରାଜି ହୋଇଥିବା ବେଳେ ସ୍ଥାନୀୟ ତହସିଲଦାର ୨୫୦୦୦ ଟଙ୍କା ନଗଦ ହସ୍ତାନ୍ତର କରିଥିଲେ ଓ ବାକି ୨୫୦୦୦ ଟଙ୍କା ମଙ୍ଗଳବାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ବ୍ଲକ ପ୍ରଶାସନ ତରଫରୁ ବିଜୁ ପକ୍କା ଘର, ଭତ୍ତା ଏବଂ ୨୦୦୦୦ ଟଙ୍କା ର ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ପ୍ରତିଶ୍ରୁତି ଦେଇଥିଲେ। ପରେ ଉତ୍ୟକ୍ତ ଲୋକେ ଶାନ୍ତ ହୋଇ ରାତି ୮.୦୦ ସମୟରେ ରାସ୍ତା ଅବରୋଧ ରୁ ହଟିଥିଲେ। ଏ ନେଇ ଠାକୁରମୁଣ୍ଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.