ETV Bharat / state

ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି ନାବାଳକ ମୃତ - ପୋଖରୀରେ ବୁଡ଼ି ନାବାଳକ ମୃତ

ପୋଖରୀରେ ବୁଡ଼ି ନାବାଳକ ମୃତ । ଖାଲି ହୋଇଗଲା ମା' କୋଳ । ଛଡ଼ାଇ ନେଲା ଯମ । ଅଧିକ ପଢ଼ନ୍ତୁ

ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି ନାବାଳକ ମୃତ

author img

By

Published : Aug 31, 2022, 10:33 PM IST

ବାରିପଦା: ପୋଖରୀରେ ବୁଡ଼ି ଜଣେ ନାବାଳକ ଶିଶୁର ମୃତ୍ୟୁ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଗୁହାଳଡ଼ିହା ଗ୍ରାମରେ । ସୂଚନା ଅନୁଯାୟୀ ଗୁହାଳଡ଼ିହା ଗ୍ରାମର ରାମେଶ୍ୱର ସିଂଙ୍କ ନାବାଳକ ପୁଅ ଜୀତ ସିଂ (୮) ଘର ପାଖରେ ଥିବା ପୋଖରୀ ପାଖକୁ ଚାଲିଯାଇଥିଲା । ତେବେ ଜୀତ ପୋଖରୀ ପାଖକୁ ଯିବା ପରିବାର ବର୍ଗ କେହି ବି ଦେଖି ନଥିଲେ ।

ହେଲେ ବହୁ ସମୟ ଧରି ଜୀତ ଘର ଭିତରେ ନଥିବାର ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ପୁଅକୁ ପାଇନଥିଲେ । କିଛି ସମୟ ପରେ ସନ୍ଦେହ କରି ପୋଖରୀ ଆଡ଼କୁ ପରିବାର ଲୋକେ ଯାଇଥିଲେ । ସେଠାରେ ପୁଅ ଭାସୁଥିବାର ଦେଖି ଗ୍ରାମବାସୂଙ୍କୁ ଡାକିଥିଲେ । ଏହାପରେ ଗ୍ରାମବାସୂ ଜୀତଙ୍କୁ ଉଦ୍ଧାର କରି ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ।

ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଜୀତ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.