ETV Bharat / state

'କୋରୋନା ରୋଗୀଙ୍କୁ ସୁସ୍ଥ ପାଇଁ ପ୍ଲାଜମା ଦାନ କରନ୍ତୁ' - ମନ୍ତ୍ରୀ ପ୍ରତାପ ଜେନା

ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କୋରୋନା ରୋଗୀଙ୍କୁ ସୁସ୍ଥ ପାଇଁ ପ୍ଲାଜମା ଦାନ କରିବାକୁ ଆହ୍ବାନ ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

'କୋରୋନା ରୋଗୀଙ୍କୁ ସୁସ୍ଥ ପାଇଁ ପ୍ଲାଜମା ଦାନ କରନ୍ତୁ'

author img

By

Published : Aug 4, 2020, 8:17 PM IST

ବାରିପଦା: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ଗୃହଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନିକିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି। ମଙ୍ଗଳବାର ଦିନିକିଆ ଗସ୍ତରେ ଆସି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାରେ କୋରୋନା ସୁସ୍ଥ ହୋଇଥିବା 465 ଜଣଙ୍କ ମଧ୍ୟରୁ 300 ଜଣ ପ୍ଲାଜମା ଦାନ କରିପାରିବେ ବୋଲି ଜଣାପଡ଼ିଛି।

ତେବେ 300 ଜଣଙ୍କ ମଧ୍ୟରୁ 150 ଜଣ ନିଜ ପ୍ଳାଜମା ଦାନ କରିବେ ବୋଲି ସହମତି ପ୍ରକାଶ କରିଥିବାବେଳେ ଆଗାମୀ 7 ଦିନ ଭିତରେ ଅନ୍ୟମାନଙ୍କୁ କୋଭିଡ 19 ରୋଗୀ ପ୍ଳାଜମା ଥେରାପି ମାଧ୍ୟମରେ ସୁସ୍ଥ ପାଇଁ ନିଜ ପ୍ଳାଜମା ଦାନ କରିବା ପାଇଁ ସଚେତନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

'କୋରୋନା ରୋଗୀଙ୍କୁ ସୁସ୍ଥ ପାଇଁ ପ୍ଲାଜମା ଦାନ କରନ୍ତୁ'

ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରୋଡା ବିଧାୟକ ରାଜକିଶୋର ଦାସ, ବିଜେଡି ନେତା ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.