ETV Bharat / state

୫୦୦ ଟଙ୍କା ଚୋରି ଅଭିଯୋଗରେ ନାବାଳକକୁ ପିଟିପିଟି ହତ୍ୟା ! - mayurbhanj minir boy betan to death news

ମରିଗଲା ମାନବିକତା । କରଞ୍ଜିଆ ଅଞ୍ଚଳରେ ସାମାନ୍ୟ ୫୦୦ ଟଙ୍କା ଚୋରିକୁ କେନ୍ଦ୍ର କରି ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସାମାନ୍ୟ ୫୦୦ ଟଙ୍କା ଚୋରିକୁ ନେଇ ନାବାଳକକୁ ପିଟି ପିଟି ହତ୍ୟା !

author img

By

Published : Sep 23, 2020, 5:13 PM IST

ରାଇରଙ୍ଗପୁର: ସାମାନ୍ୟ ୫୦୦ ଟଙ୍କା ଚୋରିକୁ ନେଇ ନାବାଳକକୁ ପିଟି ପିଟି ହତ୍ୟା ଅଭିଯୋଗ । ଏ ଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସାମାନ୍ୟ ୫୦୦ ଟଙ୍କା ଚୋରିକୁ ନେଇ ନାବାଳକକୁ ପିଟି ପିଟି ହତ୍ୟା !

ସାମାନ୍ୟ ୫୦୦ ଟଙ୍କା ପଡୋଶୀ ଘରୁ ଚୋରି କରିଥିବାରୁ ଜଣେ ମହିଳାଙ୍କ ସହିତ କିଛି ପଡ଼ୋଶୀ ନାବାଳକଙ୍କୁ ପିଟିପିଟି କରି ମାରିଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ମୃତ୍ୟୁର କାରଣ ଖୋଜୁଛି । ତେବେ ସାଇଣ୍ଟିଫିକ ଟିମର ତଦନ୍ତ ସହିତ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ଜଣାପଡିବ ।

ତେବେ ଏହି ଘଟଣାରେ ଛନ୍ଦି ହୋଇଥିବା ମହିଳା ଜଣକ ନାବାଳକ ରାଜନକୁ ୫୦୦ ଟଙ୍କା ଚୋରି କରିଥିବାରୁ ପିଟିଥିବା କଥା କହିଛନ୍ତି କିନ୍ତୁ ମୃତ୍ୟୁ କିପରି ହେଲା ସେ ଜାଣି ନ ଥିବା କଥା କହିଛନ୍ତି । ଏପରି ଏକ ବର୍ବରଚିତ ଅମାନବୀୟ କାଣ୍ଡ କରିଥିବା ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.