ବାରିପଦା: ବେତନଟୀ ଥାନା ତାରାଶୋଳ ଗାଁରେ ଅଘଟଣ । ହୋମ କ୍ବାରେଣ୍ଟାଇନରେ ଥିବା ବେଳେ ଗୁଜୁରାଟ ଫେରନ୍ତାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ ପରେସ ଚନ୍ଦ୍ର ମହାନ୍ତ ଗୁଜୁରାଟରୁ ମେ ୧୭ରେ ଫେରି ୭ଦିନ ବେତନଟୀ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ୩ ଦିନ ତଳେ ସଙ୍ଗରୋଧ କେନ୍ଦ୍ରରୁ ଫେରି ହୋମ କ୍ବାରେଣ୍ଟାଇନରେ ରହିବା ପରେ ଗୁରୁବାର ତାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ଏ ନେଇ ମୃତକଙ୍କ ସ୍ତ୍ରୀ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଶରୀର ଦାଣ୍ଡ ଦୁଆରେ ପଡିରହିଥିବା ବେଳେ ଏହାକୁ କେହି ଛୁଇଁ ନଥିବା ଜଣାପଡିଛି । ବେତନଟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ