ETV Bharat / state

ସ୍କୁଲରେ ଶିକ୍ଷକ ଅଭାବ, ଜିଲ୍ଲାପାଳଙ୍କ ଭେଟିବାକୁ 4କିମି ଚାଲିଲେ 300 ଛାତ୍ରଛାତ୍ରୀ - ଶିକ୍ଷକ ଅଭାବ ପୂରଣ ପାଇଁ ଚାଲିଲେ ଛାତ୍ରଛାତ୍ରୀ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମିଶ୍ରିତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ସମସ୍ୟା ଜଣାଇବାକୁ ଜିଲ୍ଲାପାଳଙ୍କ ନିକଟକୁ 4କିମି ଚାଲି ଚାଲି ଆସିଲେ 300 ଶହ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ନିକଟକୁ 4କିମି ଚାଲି ଚାଲି ଆସିଲେ ଛାତ୍ରଛାତ୍ରୀ
students walking to meet Collector
author img

By

Published : Jul 18, 2023, 9:34 AM IST

ଜିଲ୍ଲାପାଳଙ୍କ ନିକଟକୁ 4କିମି ଚାଲି ଚାଲି ଆସିଲେ ଛାତ୍ରଛାତ୍ରୀ

ରାଇରଙ୍ଗପୁର: ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାୟ ୪ କିଲୋମିଟର ଚାଲିଲେ ଶତାଧିକ ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମିଶ୍ରିତ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅଭାବ ରହିଛି । ତେଣୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପାଖାପାଖି ୪ କିମି ଚାଲିଚାଲି ଆସିଲେ 300ରୁ ଅଧିକ ଛାତ୍ରଛାତ୍ରୀ । ୧୨ କିମି ଦୂର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଜଣାଇବାକୁ ଚାଲି ଚାଲି ବାହାରିଥିଲେ ହେଲେ ୪ କିମି ଚାଲି ଚାଲି ଆସିବା ପରେ ଖବର ପାଇ ଉପଜିଲ୍ଲାପାଳ ଓ ତହସିଲଦାର ଅଧାରାସ୍ତାରେ ଛାତ୍ର ଛାତ୍ରୀମାନଙ୍କୁ ଅଟକାଇ ଥିଲେ ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ,''ବିଦ୍ୟାଳୟରେ ସର୍ବ ମୋଟ ୩୩୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷାଦାନ ପାଇଁ ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି । 3 ଜଣ ଶିକ୍ଷକ ୩୩୯ ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରେ ବହୁତ ସମସ୍ୟା ହେଉଛି । ଏଫ-1 ପରୀକ୍ଷା ସମୟ ପାଖେଇ ଆସୁଥିବା ବେଳେ ଠିକ ଭାବେ ଶିକ୍ଷାଦାନ ହୋଇ ପାରୁନାହିଁ । ଫଳରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା କଷ୍ଟକର ହୋଇପଡ଼ିଛି । ଆଗକୁ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ରେଜଲ୍ଟ କ'ଣ କରିବେ ସେ ନେଇ ସମସ୍ୟା ରହିଛି ।''

ଏହା ବି ପଢନ୍ତୁ...ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ, ୟୁନିଟ-9 ସ୍କୁଲରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରୀ

ଘଟଣାକୁ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ । ହେଲେ ଏ ସମସ୍ୟା ସମ୍ପର୍କରେ କେହି କର୍ଣ୍ଣପାତ କରିନାହାଁନ୍ତି । ସମାଧାନର ବାଟ ନ ବାହାରିବାରୁ ବାଧ୍ୟ ହୋଇ ନିଜ ସ୍କୁଲର ସମସ୍ୟା ବିଷୟରେ ଅବଗତ କରାଇବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟକୁ ଚାଲିଚାଲି ବାହାରି ଆସିଥିଲେ ସମସ୍ତ ଛାତ୍ରଛାତ୍ରୀ । ତେବେ ଅଧା ରାସ୍ତାରୁ ଉପଜିଲ୍ଲାପାଳ, ତହସିଲଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ପହଞ୍ଚି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ସମସ୍ୟାକୁ ନେଇ ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇ ଦିଆଯାଇଥିଲା । ତେବେ ୩୩୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ କେବେ ଓ କେତେ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଉଛି ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

ଇଟିିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.