ETV Bharat / state

ଜଳୁଛି ଶିମିଳିପାଳ; ନିଆଁ ଲିଭାଇଲେ ମୟୂରଭଞ୍ଜ ମହାରାଣୀ ଓ ରାଜକୁମାରୀ - ନିଆଁ ଲିଭାଇଲେ ମୟୂରଭଞ୍ଜ ମହାରାଣୀ ଓ ରାଜକୁମାରୀ

ଶିମିଳିପାଳରେ ନିଆଁ ଲିଭାଇଲେ ମୟୂରଭଞ୍ଜ ମହାରାଣୀ ଓ ରାଜକୁମାରୀ । ଦୀର୍ଘ ଦିନ ଜଙ୍ଗଲ ଜଳୁଥିଲେ ମଧ୍ୟ ଲିଭିବାର ନାଁ ଧରୁନି । ଫଳରେ ଆଜି ଜଙ୍ଗଲରେ ପହଞ୍ଚି ନିଜେ ନିଆଁ ଲିଭାଇଛନ୍ତି ରାଣୀ ।

ନିଆଁ ଲିଭାଇଲେ ମୟୂରଭଞ୍ଜ ମହାରାଣୀ ଓ ରାଜକୁମାରୀ

author img

By

Published : Mar 8, 2021, 11:54 AM IST

Updated : Mar 8, 2021, 12:12 PM IST

ବାରିପଦା: ସଙ୍କଟରେ ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ଦିନ ଜଙ୍ଗଲ ଜଳୁଥିଲେ ମଧ୍ୟ ଲିଭିବାର ନାଁ ଧରୁନି । ଯାହାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି । ସେପଟେ ଜଙ୍ଗଲ ଜମିକୁ ସଂରକ୍ଷିତ ରଖିବାକୁ ଆଗେଇ ଆସିଛନ୍ତି ମୟୂରଭଞ୍ଜର ରାଜପରିବାର । ରାଜପରିବାରର ମହାରାଣୀ ଓ ରାଜକୁମାରୀ ଶିମିଳିପାଳରେ ପହଞ୍ଚି ନିଆଁକୁ କରୁଛନ୍ତି ଆୟତ୍ତ ।

ନିଆଁ ଲିଭାଇଲେ ମୟୂରଭଞ୍ଜ ମହାରାଣୀ ଓ ରାଜକୁମାରୀ

ରାଜପରିବାରର ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜକୁମାରୀ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କ ସମେତ ପରିବେଶବିତ ସଂଯୁକ୍ତା ବସା, ବିଭୁଦତ୍ତ ଦାସ ଶିମିଳିପାଳ ଜୈବମଣ୍ଡଳର ପାଖାପାଖି ଗାଁଗୁଡିକୁ ଯାଇ ନିଜେ ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି । ସମସ୍ତେ ଗୋଟିଏ ଆଶା ନେଇ ଲାଗି ପଡିଛନ୍ତି ନିଆଁ ଲିଭା କାର୍ଯ୍ୟରେ । ଏହାସହ ସେମାନେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ବାଙ୍ଗରିପୋଷି ରେଞ୍ଜର ବାସ୍କିତୋଳା, ଭାଗିରଥିପୁର, କାନଛିଣ୍ଡା, ନିଶ୍ଚିନ୍ତା, ବ୍ରାହ୍ମଣ ଗାଁ, ତାଳବନ୍ଧ ଆଦି ଗାଁରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସଚେତନ କରିଛନ୍ତି।

10 ଦିନରୁ ଊର୍ଦ୍ଧ୍ବ ହେଲାଣି ନିଆଁ ଘେରରେ ଶିମିଳିପାଳ । ପ୍ରଥମେ ନିଆଁ ପାଦଦେଶରେ ଦେଖିବାକୁ ମିଳିଥିବାବେଳେ, ଏବେ ଆଭ୍ୟନ୍ତରୀଣ ଅଞ୍ଚଳକୁ ମାଡି ଚାଲିଛି । ବନବିଭାଗ ପକ୍ଷରୁ 15 ଶହ କର୍ମଚାରୀ ସହ ଅତ୍ୟାଧୁନିକ ମେସିନ ଲଗାଯାଇ ନିଆଁ ଲିଭାଯାଉଛି । ଅଥଚ ନିଆଁ ଲିଭିବାର ନାଁ ଧରୁନି । ଅନେକ ସ୍ଥାନରେ ବହୁ ମୂଲ୍ୟବାନ ଗଛପତ୍ର ପୋଡି ପାଉଁଶ ହୋଇଗଲାଣି । କିଛି ଦିନ ହେବ ବନବିଭାଗ ଦ୍ବାରା ନିୟନ୍ତ୍ରଣ ନ ହେବା ଯୋଗୁଁ ଅଗ୍ନିଶନ ବିଭାଗ, ପୋଲିସ ବିଭାଗ ଓ ସ୍ବେଚ୍ଛାସେବୀ ସଙ୍ଗଠନ ନିଆଁଲିଭା କାର୍ଯ୍ୟରେ ଲାଗିପଡିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 8, 2021, 12:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.