ETV Bharat / state

ଅମରଦା ଏୟାର ଷ୍ଟ୍ରିପରେ ଶହୀଦ ହୋଇଥିଲେ 14 ଯବାନ, ମୟୂରଭଞ୍ଜ ପାଳିଲା ସ୍ମୃତିସଭା

author img

By

Published : Jul 26, 2019, 9:40 PM IST

ସାରା ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସ । ମୟୂରଭଞ୍ଜ ପାଳନ କରିଛି ସ୍ମୃତିସଭା । ଅମରଦା ଏୟାର ଷ୍ଟ୍ରିପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଶହୀଦ ହୋଇଥିବା 14 ଜଣ ଯବାନଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଛି ସ୍ମୃତିସଭା ।

ଫଟୋ ସୌଜନ୍ୟ: ସମ୍ବାଦାଦତା, ମୟୂରଭଞ୍ଜ

ବାରିପଦା: ସ୍ମୃତି ଅନେକ । କିଛି ମନେ ରହେ ଆଉ କିଛି ମନେ ରହେନି । ତେବେ କିଛି ଅଭୁଲା ସ୍ମୃତି ମନରୁ ନଲିଭିବା ପାଇଁ ସ୍ଥାପନ କରାଯାଏ ପ୍ରତିମୃର୍ତ୍ତି ଓ ପ୍ରତିମା । ଆଉ ସେମାନଙ୍କ ସୃତିରେ ପାଳନ କରାଯାଏ ସ୍ମୃତିସଭା । ଶତ୍ରୃ ଉପରେ ସେନାର ପରାକ୍ରମ ବଳିଦାନକୁ ମନେ ପକାଇ ଦେଶ ଆଜି ପାଳନ କରୁଛି କାରଗିଲ ବିଜୟ ଦିବସ । କିନ୍ତୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନିକଟରେ ଥିବା ଅମରଦା ଏୟାର ଷ୍ଟ୍ରିପରେ ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ଶହୀଦ ହୋଇଥିବା 14 ଜଣ ଯବାନଙ୍କ ପାଇଁ ପାଳନ ହୋଇଛି ସ୍ମୃତିସଭା ।

ଭିଡିଓ ସୌଜନ୍ୟ: ସମ୍ବାଦାଦତା, ମୟୂରଭଞ୍ଜ

1945 ମସିହା ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ଘଟିଥିବା ବିମାନ ଦୁର୍ଘଟଣା ଏବେ ଇତିହାସ ଗବେଷକ ଅନୀଲ କୁମାର ଧିରଙ୍କ ଗବେଷଣାରେ ଇତିହାସର ରୂପ ନେଇଛି । 1945 ମସିହା ଜୁଲାଇ ମାସ 26 ତାରିଖରେ ଅମରଦା ଏୟାର ଷ୍ଟ୍ରିପରୁ ଉଡିଥିଲା 6ଟି ଯୁଦ୍ଧ ବିମାନ । ଅଳ୍ପ ଦୂର ଉଡିବା ପରେ ପଶ୍ଚିମବଙ୍ଗ ବେଳଦା ଅଞ୍ଚଳରେ 2ଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ପ୍ରାଣ ହରାଇଥିଲେ 14 ଜଣ ସାମରିକ ପଦାଧିକାରୀ ।

ଏମାନଙ୍କ ମଧ୍ୟରେ ଥିଲେ ଜଣେ ଭାରତୀୟ । ତାଙ୍କ ଘର କେରଳରେ ଏବଂ ଅନ୍ୟ 13 ଜଣ ବିଦେଶର । ଇତିହାସ ଗବେଷକ ଅନୀଲ କୁମାର ଧିର ମୃତକଙ୍କ ଶବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ଉଦ୍ଦେଶ୍ୟରେ ଦୀର୍ଘ 8 ବର୍ଷ ହେବ ସ୍ମୃତିସଭା ଆୟୋଜନ କରୁଛନ୍ତି ଏହି ଅମରଦା ଏୟାର ଷ୍ଟ୍ରିପରେ । 6 ମାସ ଭିତରେ ଏହି ଅମରଦା ଏୟାର ଷ୍ଟ୍ରିପକୁ ମ୍ୟୁଜିଅମ କରିବକୁ ଲକ୍ଷ୍ୟ ଇତିହାସ ବଗେଷକ ଅନୀଲ କୁମାର ଧିର ଏବଂ ଶହୀଦ ଯବାନଙ୍କ ପରିବାରବର୍ଗ ।

ଅମରଦା ଏୟାର ଷ୍ଟ୍ରିପରେ ଶହୀଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଏହି ସ୍ମୃତିସଭାରେ ପ୍ରଥମ ଥର ପାଇଁ ଯୋଗ ଦେଇଛନ୍ତି ଭାରତୀୟ ବାୟୁସେନାର ଅଧିକାରୀ ଶଶୀ ଆରର । ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ଅମରଦା ଏୟାର ଷ୍ଟ୍ରିପରେ ଘଟିଥିବା ଘଟଣାବଳୀକୁ ନେଇ ଭାରତୀୟ ବାୟୁସେନା ଓ ଇତିହାସ ଗବେଷକ ଅନିଲ ଧିର ଖୁବଶୀଘ୍ର ଏହି ଏୟାର ଷ୍ଟ୍ରିପରେ ନିର୍ମାଣ କରିବାକୁ ଯାଉଛନ୍ତି ଶାନ୍ତି ମ୍ୟୁଜିଅମ । ଯାହା ପୁରା ଭାରତ ବର୍ଷରେ ବିରଳ ହେବ ବୋଲି ଦାବି କରିଛନ୍ତି ସମାଜସେବୀ ଆଦିତ୍ୟ ପଟ୍ଟନାୟକ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ସ୍ମୃତି ଅନେକ ହେଲେ କିଛି ମନେ ରହେ ଆଉ କିଛି ମନରୁ ନ ଲିଭିବା ପାଇଁ ସ୍ଥାପନ କରାଯାଏ ପ୍ରତ୍ରିମୃତି ପାଳନ କରାଯାଏ ସ୍ମୃତିସଭା। ଶତୃ ଉପରେ ସେନାର ପରାକ୍ରମ ବଳିଦାନ କୁ ମନେ ପକାଇ ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ କିନ୍ତୁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନିକଟରେ ଥିବା ଅମରଦା ଏୟାର ଷ୍ଟ୍ରିପ ରେ ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ସହିଦ ହୋଇଥିବା 14 ଜଣ ଯବାନ ଙ୍କ ପାଇଁ ପାଳିତ ହୋଇଅଛି ସ୍ମୃତିସଭା।

Body:1945 ମସିହା ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ଘଟିଥିବା ବିମାନ ଦୁର୍ଘଟଣା ର ଘଟଣାବଳୀ ଏବେ ଇତିହାସ ଗବେଷକ ଅନୀଲ କୁମାର ଧିର ଙ୍କ ଗବେଷଣା ରେ ଇତିହାସ ର ରୂପ ଦେଇଛନ୍ତି। 1945 ମସିହା ଜୁଲାଇ ମାସ 26 ତାରିଖରେ ଅମରଦା ଏୟାର ଷ୍ଟ୍ରିପ ରୁ ଉଡିଥିଲା 6 ଟି ଯୁଦ୍ଧ ବିମାନ, ଅଳ୍ପ ଦୂର ଉଡିବା ପରେ ପଶ୍ଚିମବଙ୍ଗ ବେଳଦା ଅଞ୍ଚଳରେ 2 ଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା ମରିଥିଲେ 14 ଜଣ ସାମରିକ ପଦାଧିକାରୀ, ଏମାନଙ୍କ ମଧ୍ୟରେ ଥିଲେ ଜଣେ ଭାରତୀୟ ଘର କେରଳରେ ଅନ୍ୟ 13 ଜଣ ବିଦେଶର । ଇତିହାସ ଗବେଷକ ଅନୀଲ କୁମାର ଧିର ମୃତକ ଙ୍କ ସର୍ବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ଉଦ୍ୟେଶ ରେ ଦୀର୍ଘ 8 ବର୍ଷ ହେବ ସ୍ମୃତିସଭା ଆୟୋଜନ କରୁଛନ୍ତି ଏହି ଅମରଦା ଏୟାର ଷ୍ଟ୍ରିପରେ 6 ମାସ ଭିତରେ ଏହି ଅମରଦା ଏୟାର ଷ୍ଟ୍ରିପ ଏକ ମ୍ୟୁଜିଅମ କରିବା ଲକ୍ଷ୍ୟ ରଖିଛନ୍ତି।
ବାଇଟ-1-ଅନୀଲ କୁମାର ଧିର-ଗବେଷକ
ଅମରଦା ଏୟାର ଷ୍ଟ୍ରିପ ରେ ସହିଦ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରୁଛନ୍ତି ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ, ଅନ୍ୟପକ୍ଷରେ ଏହି ସ୍ମୃତିସଭା ରେ ପ୍ରଥମ ଥର ପାଇଁ ଯୋଗଦେଇଛନ୍ତି ଭାରତୀୟ ବାୟୁସେନାର ଅଧିକାରୀ ଶଶୀ ଆରର । ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ଅମରଦା ଏୟାର ଷ୍ଟ୍ରିପ ରେ ଘଟିଥିବା ଘଟଣାବଳୀ କୁ ନେଇ ଭାରତୀୟ ବାୟୁସେନା ଓ ଇତିହାସ ଗବେଷକ ଅନିଲ ଧିର ଖୁବଶୀଘ୍ର ଏକ ଏହି ଏୟାର ଷ୍ଟ୍ରିପ ରେ ନିର୍ମାଣ କରିବାକୁ ଯାଉଛନ୍ତି ଶାନ୍ତି ମ୍ୟୁଜିଅମ ଯାହା ପୁରା ଭାରତ ବର୍ଷରେ ବିରଳ ହେବ ବୋଲି ଦାବି କରିଛନ୍ତି ସମାଜସେବୀ ଆଦିତ୍ୟ ପଟ୍ଟନାୟକ।
ବାଇଟ-2-ଆଦିତ୍ୟ ପଟ୍ଟନାୟକ-ସମାଜସେବୀ
ବାଇଟ-3-ଶଶୀ ଆରର-ଉଇଙ୍ଗ କମାଣ୍ଡର-ଭାରତୀୟ ବାୟୁସେନା

Conclusion:ପି ଟି ସି ଅଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.