ETV Bharat / state

ମୟୂରଭଞ୍ଜ ମହୋତ୍ସବ ଆରମ୍ଭ, କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଲକ୍ଷ୍ୟ - କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଲକ୍ଷ୍ୟ

ମୟୂରଭଞ୍ଜର ଛଉ ପଡିଆ ଠାରେ ଆରମ୍ଭ ହୋଇଯାଇଛି ମୟୂରଭଞ୍ଜ ମହୋତ୍ସବ  । ଜିଲ୍ଲାପାଳ ଭିନିତ ଭରଦ୍ବାଜ ଓ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି ।

mayurbhanj mahotsav
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 26, 2019, 5:21 AM IST

ବାରିପଦା: କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜ । କଳା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ବାରିପଦାରେ ବିଗତ 4 ବର୍ଷ ହେବ ଆରମ୍ଭ ହୋଇଛି ମୟୂରଭଞ୍ଜ ମହୋତ୍ସବ । ନଭେମ୍ବର 25 ଠାରୁ ଆରମ୍ଭ ହୋଇ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଏନେଇ ସୋମବାର ଶ୍ରୀ ହରିବଳଦେବଜୀଉ ମନ୍ଦିର ନିକଟରେ ମୟୂରଭଞ୍ଜ ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଅବସରରେ ଜିଲ୍ଲାପାଳ ଭିନିତ ଭରଦ୍ବାଜ ଓ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପତାକା ଦେଖାଇ ମୟୂରଭଞ୍ଜ ମହୋତ୍ସବକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପାରମ୍ପରିକ ନୃତ୍ୟ ଗୀତର ଏକ ବିରାଟ ରାଲି ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରୁ ବାହାରି ବାରିପଦାର ଛଉ ପଡିଆ ପର୍ଯ୍ୟନ୍ତ ଯାଇଥିଲା । ଏହି ମହୋତ୍ସବ ଆସନ୍ତା ଡିସେମ୍ବର 1 ପର୍ଯ୍ୟନ୍ତ ଛଉ ପଡିଆ ଠାରେ ଅନୁଷ୍ଠିତ ହେବ ।

ଏହି ଉଦଘାଟନୀ ଉତ୍ସବରେ ଓଲିଉଡ କଳାକାର ଅସିତ ପତିଙ୍କ ସହ ଅଭିନେତା ଉତ୍ତମ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:କଳା ସଂସ୍କୃତି ର ଜିଲ୍ଲା ମୟୁରଭଞ୍ଜ, ଜିଲ୍ଲା କଳା ଓ ସଂସ୍କୃତି କୁ ବଞ୍ଚାଇବା ପାଇଁ ବାରିପଦା ରେ ବିଗତ 4 ବର୍ଷ ହେବ ଆରମ୍ଭ ହୋଇଅଛି ମୟୁରଭଞ୍ଜ ମୋହତ୍ସଵ। ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଚାଲିବ ମୟୁରଭଞ୍ଜ ମୋହତ୍ସଵ। ଆଜି ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ନିକଟରେ ମୟୁରଭଞ୍ଜ ମହୋତ୍ସବ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବ ରେ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଓ ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପତାକା ଦେଖାଇ ମୟୁରଭଞ୍ଜ ମୋହତ୍ସଵ କୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ପାରମ୍ପରିକ ନୃତ୍ୟ ଗୀତ ରେ ଏକ ବିରାଟ ରାଲି ରେ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ନିକଟରୁ ବାହାରି ବାରିପଦା ର ଛଉ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ଏହି ମୋହତ୍ସଵ ଆସନ୍ତା ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଛଉ ପଡିଆ ଠାରେ ଅନୁଷ୍ଠିତ ହେବ। ଆଜି ଉଦ୍ଘାଟନୀ ଉତ୍ସବ ରେ ଓଲିଉଡ ର କଳାକାର ଅସିତ ପତି ସହ ଅଭିନେତା ଉତ୍ତମ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।
ବାଇଟ-1-ଅସିତ ପତି-ଓଲିଉଡ କଳାକାର
ବାଇଟ-2-କକିଙ୍ଗ କେଶରୀ ଜେନା-ସାଧାରଣ ସମ୍ପାଦକ-ମୟୁରଭଞ୍ଜ ମହୋତ୍ସବ
ବାଇଟ-3-ଉତ୍ତମ ମହାନ୍ତି-କଳାକାର-ଓଲିଉଡConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.