ETV Bharat / state

ସୁପ୍ରିୟାଙ୍କ ନିଆରା କଳାକୃତି; କାଗଜରେ ଗଢିଲେ ଅଗ୍ରପୂଜ୍ୟ ଗଜାନନଙ୍କ ମୂର୍ତ୍ତି - ସୁପ୍ରିୟା ବାରିକଙ୍କ କାଗଜ ଗଣେଶ

କାଗଜରେ ଅଗ୍ରପୂଜ୍ୟ ଗଜାନନଙ୍କ ୫ ଫୁଟର ଆକର୍ଷୀୟ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚାରେ ମୟୂରଭଞ୍ଜର ସୁପ୍ରିୟା ବାରିକ । ଅଧିକ ପଢନ୍ତୁ

କାଗଜ ତିଆରି ଗଣେଶ ମୂର୍ତ୍ତି
କାଗଜ ତିଆରି ଗଣେଶ ମୂର୍ତ୍ତି
author img

By ETV Bharat Odisha Team

Published : Sep 19, 2023, 4:48 PM IST

କାଗଜରେ ଗଢିଲେ ଅଗ୍ରପୂଜ୍ୟ ଗଜାନନଙ୍କ ମୂର୍ତ୍ତି

ରାଇରଙ୍ଗପୁର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ଏନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ରହିଛି । ଚାରିଆଡେ ପ୍ରଭୁ ଗଜନାନଙ୍କ ମାଟି ନଡାରେ ପ୍ରସ୍ତୁତ ମୂର୍ତ୍ତି ଏବଂ ଆକର୍ଷଣୀୟ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପୂଜା ପାଉଥିବା ବେଳେ ରାଇରଙ୍ଗପୁର ସହରର ପ୍ରଭୁ ଗଜାନନଙ୍କ କାଗଜ ନିର୍ମିତ ମୂର୍ତ୍ତି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛି । ପ୍ରଦୂଷଣ ରୋକିବା ପାଇଁ ସୁପ୍ରିୟା ବାରିକ ନାମକ ଜଣେ ଛାତ୍ରୀ ଏହି କାଗଜ ମୂର୍ତ୍ତି ତିଆରି କରିଛନ୍ତି । ଯାହାର ଉଚ୍ଚତା ରହିଛି ୫ ଫୁଟ । ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ସମୟ ଲାଗିଥିବା ବେଳେ ମାତ୍ର ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି । ଛାତ୍ରୀଙ୍କ ଏହି ନିଆରା କଳାକୃତି ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି ।

ରାଇରଙ୍ଗପୁର ସହର ଅନ୍ତର୍ଗତ ୱାର୍ଡ ନଂ ୦୨ ବାଇଦାପୋଷି ଅଞ୍ଚଳର ସଞ୍ଜିବ କୁମାର ବାରିକ ଓ ରମ୍ଭାବତୀ ବାରିକଙ୍କ ଝିଅ ସୁପ୍ରିୟା ବାରିକ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରୁ ସେ ଚଳିତ ବର୍ଷ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପ୍ରତ୍ୟେକ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକରେ ଗଣେଶ ପୂଜା ପାଳନ କରାଯାଇଥାଏ । ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ମାଟିରେ ତିଆରି ମୂର୍ତ୍ତି ପୂଜର୍ଚ୍ଚନା ହୋଇଥାଏ । ପୂଜା ପରେ ମୂର୍ତ୍ତି ବିସର୍ଜନ ପ୍ରଥା ଥିବାରୁ ବିଭିନ୍ନ ପୋଖରୀ ଓ ନଦୀରେ ମୂର୍ତ୍ତି ବିସର୍ଜନ କରାଯାଇଥାଏ । ଫଳରେ ଜନସାଧାରଣଙ୍କ ଲୁଗାପଟା ଧୁଆ ଓ ଗାଧୁଆ ପାଧୁଆ କାମରେ ବ୍ୟବହୃତ ଉକ୍ତ ପାଣି ପ୍ରଦୂଷିତ ହୋଇଥାଏ । ଏହି ଜଳ ପ୍ରଦୂଷଣକୁ ରୋକିବା ଏବଂ କମ ଖର୍ଚ୍ଚରେ ଆକର୍ଷଣୀୟ ମୂର୍ତ୍ତି ତିଆରି ପାଇଁ ସୁପ୍ରିୟା ବାରିକ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Ganesh Puja: ବ୍ରହ୍ମପୁର ସିଦ୍ଧ ବିନାୟକ ପୀଠରେ ବିଘ୍ନରାଜଙ୍କ ପୂଜାର୍ଚ୍ଚନା, ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ସୁପ୍ରିୟା ବିଭିନ୍ନ ପ୍ରକାର କାଗଜ ଓ କାଗଜପଟାକୁ ନେଇ ଏକ ସୁନ୍ଦର ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିଥିଲେ । କେବଳ କାଗଜ, ପ୍ରାକୃତିକ ରଙ୍ଗ, କିଛି କପଡ଼ା ଓ ମଇଦାରୁ ପ୍ରସ୍ତୁତ ଅଠା ବ୍ୟବହାର କରି ସେ ପାଞ୍ଚ ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି । ଯେଉଁଥିପାଇଁ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସୁପ୍ରିୟା । ନିଜର ଏଭଳି ନିଆରା କଳାକୃତି ପାଇଁ ସେ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ତାଙ୍କର ଏହି ପ୍ରୟାସରେ ବାପାମାଆ ଓ ଭଉଣୀ ସ୍ନେହା ବାରିକଙ୍କ ସହିତ ତାଙ୍କ ପାଖ ପଡୋଶୀମାନେ ସାହାଯ୍ୟ କରିଥିବା ସେ କହିଛନ୍ତି । ସୁପ୍ରିୟାଙ୍କ ହାତ ତିଆରି ଏହି ଆକର୍ଷଣୀୟ କାଗଜ ନିର୍ମିତ ଗଣେଶ ମୂର୍ତ୍ତିକୁ ଦେଖିଲେ ଦେଖଣାହାରୀଙ୍କ ଆଖି ଲାଖି ଯାଉଛି । ଆଖି ମିଟିମିଟି କରୁଥିବା ଗଜନାନଙ୍କ ଏହି ମୂର୍ତ୍ତି ଦେଖିବାକୁ ଦୁର ଦୁରାନ୍ତର ଲୋକଙ୍କ ସୁଅ ଛୁଟୁଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.