ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - mayurbhanj students demand

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନରେ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା କରାଇବା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ।

mayurbhanj district students demand for online exam
ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
author img

By

Published : Oct 8, 2020, 10:51 PM IST

ବାରିପଦା: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନରେ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା କରାଇବା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। କୋଭିଡ ନିୟମ ପାଳନ ସହ ମୁର୍ଗବାଡିସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ।

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କୋରୋନା ମହାମାରୀ ସମୟରେ ପରୀକ୍ଷା ପାଇଁ ନୋଟିସ ହୋଇଛି । ରାଜ୍ୟ ବାହାରୁ ଶତାଧିକ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରେ ଘରଭଡା ନେଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଘରେ ନ ରଖିବାକୁ ଘର ମାଲିକ ସିଧାସଳଖ ମନା କରୁଛନ୍ତି ।

ପରୀକ୍ଷା ଦେଇ କୋରୋନା ମହାମାରୀକୁ ନିମନ୍ତ୍ରଣ କରି ପରିବାରକୁ ବିପଦକୁ ଠେଲି ଦେବା ବଦଳରେ ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଅନଲାଇନରେ ପରୀକ୍ଷା ହେଲେ ଘରେ ସୁସ୍ଥ ପରିବେଶରେ ପରୀକ୍ଷା ଦେବା ସମ୍ଭବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.