ETV Bharat / state

ଚେକିଂ ଆଳରେ ଗର୍ଭବତୀଙ୍କୁ 3 କିମି ଚଲାଇବା ଘଟଣା, ଶରତ ଥାନା OIC ନିଲମ୍ବିତ - woman walks 3 km for no wearing healmate case

ହେଲମେଟ ଚେଂକି ଆଳରେ ଜଣେ ଗର୍ଭବତୀଙ୍କ ପ୍ରତି ସହାନୁଭୁତି ଦେଖାଇବା ପରିବର୍ତ୍ତେ ଜୁଲମ କରିଥିଲେ ମୟୂରଭଞ୍ଜ ଶରତ ଥାନା ଅଞ୍ଚଳରେ କାର୍ଯ୍ୟରତ ଥିବା ପୋଲିସ ଓଆଇସି ରୀନା ବକ୍ସଲା । ଏହି ଘଟଣାକୁ ଅତି ଗୁରୁତର ସହ ନେଇ ଉକ୍ତ ଓଆଇସିଙ୍କୁ ଆଜି (ସୋମବାର) ନିଲମ୍ବିତ କରାଯାଇଛି ।

ଗର୍ଭବତୀଙ୍କୁ 3 କିମି ଚଲାଇବା ଘଟଣା
ଗର୍ଭବତୀଙ୍କୁ 3 କିମି ଚଲାଇବା ଘଟଣା
author img

By

Published : Mar 29, 2021, 10:57 AM IST

Updated : Mar 30, 2021, 3:24 PM IST

ବାରିପଦା: ଜଣେ ଗର୍ଭବତୀ ମହିଳାଙ୍କୁ ତିନି କିମି ଚଲାଇବା ଘଟଣାରେ ନିଲମ୍ବିତ ହେଲେ ଶରତ ଥାନା ପୋଲିସ ଓଆଇସି। ମୟୂରଭଞ୍ଜ ଏସପି ତଦନ୍ତ କରି ଥାନା ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି। ହେଲମେଟ ଚେଂକି ଆଳରେ ଜଣେ ଗର୍ଭବତୀଙ୍କ ପ୍ରତି ସହାନୁଭୁତି ଦେଖାଇବା ପରିବର୍ତ୍ତେ ଜୁଲମ କରିଥିଲେ ମୟୂରଭଞ୍ଜ ଶରତ ଥାନା ଅଞ୍ଚଳରେ କାର୍ଯ୍ୟରତ ପୋଲିସ ଓଆଇସି ରୀନା ବକ୍ସଲା।

ଶରତ ଥାନା OIC ରୀନା ବକ୍ସଲା
ଶରତ ଥାନା OIC ରୀନା ବକ୍ସଲା

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଯାହାକୁ ଅତି ଗୁରୁତର ସହ ନେଇ ଉକ୍ତ ପୋଲିସ ଓଆଇସିଙ୍କୁ ଆଜି (ସୋମବାର) ନିଲମ୍ବିତ କରାଯାଇଛି । ଗତକାଲି ଏସଡିପିଓଙ୍କ ନିକଟରେ ଉକ୍ତ ଓଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ କରିଥିଲେ ଦମ୍ପତି ।

ଶରତ ଥାନା OIC ରୀନା ବକ୍ସଲା

ସୂଚନା ଅନୁସାରେ, ଶରତ ଥାନା ଅଞ୍ଚଳର ବିକ୍ରମ ବିରୁଲି ନିଜ 8 ମାସର ଗର୍ଭବତୀ ପତ୍ନୀ ଗୁରୁବାରୀ ବିରୁଲିଙ୍କୁ ବାଇକରେ ବସାଇ ମାସିକିଆ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉଦଳା ଯାଉଥିବାବେଳେ ଶରତ ଛକ ନିକଟରେ ସ୍ଥାନୀୟ ପୋଲିସ ଚେକିଂ ଚାଲିଥିଲା । ଯେଉଁଠି ବିକ୍ରମଙ୍କ ଗାଡି କାଗଜ ପତ୍ରର ଯାଞ୍ଚ ହୋଇଥିଲା । ତେବେ ବିକ୍ରମ ହେଲମେଟ ପିନ୍ଧିଥିବାବେଳେ ଗର୍ଭବତୀ ସ୍ତ୍ରୀ ମୁଣ୍ଡରେ ହେଲମେଣ୍ଟ ନଥିବାରୁ ତାଙ୍କୁ 4ଘଣ୍ଟା ଥାନାରେ ଅଟକ ରଖିଲା ପୋଲିସ ।

ତେବେ ପୋଲିସ ଚେକିଂ ବେଳେ ସଙ୍ଗେସଙ୍ଗେ ଜୋରିମାନା ଦେବାକୁ ବାଧ୍ୟ କରିଥିଲା, ଯଦି ପଇସା ନଦେବୁ ଯାଇପାରିବୁନାହିଁଁ ବୋଲି ସିଧା ମନାକରିଥିଲେ ପୋଲିସ ଓଆଇସି । ସାଙ୍ଗରେ ଗର୍ଭବତୀ ସ୍ତ୍ରୀ ଅଛି କହିବା ପରେ ମଧ୍ୟ ପୋଲିସ ଜାଣି ଚୁପ ରହିଥିଲା ।

ପୋଲିସ ଏବଂ ବିକ୍ରମଙ୍କ ଭିତରେ କଥା କଟାକଟି ହେବାରୁ ପୋଲିସ ଗର୍ଭବର୍ତ୍ତୀ ମହିଳାଙ୍କୁ ରାସ୍ତାରେ ଛାଡି ସ୍ବାମୀକୁ ଥାନାରେ 4ଘଣ୍ଟା ଧରି ଅଟକ ରଖିବା ସହିତ ଗାଡି, ମୋବାଇଲ ଛଡାଇ ନେଇଥିଲେ ଓଆଇସି ରୀନା ବକ୍ସଲା । ପରେ ଗର୍ଭବତୀ ଗୁରୁବାରୀ ବିରୁଲି ଚାଲିଚାଲି ଥାନାକୁ 3 କିଲୋମିଟର ଯାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 30, 2021, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.