ETV Bharat / state

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମୟୂରଭଞ୍ଜ କଂଗ୍ରେସର ବିକ୍ଷୋଭ - ମୟୂରଭଞ୍ଜ କଂଗ୍ରେସର ବିକ୍ଷୋଭ

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଶିଶୁ ଅପହରଣ, ଦୁଷ୍କର୍ମ ପ୍ରସଙ୍ଗରେ ଏସପି ଅଫିସ ଘେରିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ । ପଢନ୍ତୁ ଅଧିକ.....

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମୟୁରଭଞ୍ଜ କଂଗ୍ରେସର ବିକ୍ଷୋଭ

author img

By

Published : Dec 22, 2020, 8:15 AM IST

ବାରିପଦା: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଶିଶୁ ଅପହରଣ, ଦୁଷ୍କର୍ମ, ହତ୍ୟା ଓ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟାକୁ ନେଇ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ମୟୂଭଞ୍ଜ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଏନେଇ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମୟୂରଭଞ୍ଜ କଂଗ୍ରେସର ବିକ୍ଷୋଭ

ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ମଧ୍ୟ ବଢି ଚାଲିଥିବା ବେଳେ ପୁଲିସର ନିଷ୍କ୍ରିୟତା ଅପରାଧୀମାନଙ୍କୁ ଅପରାଧ କରାଇବା କ୍ଷେତ୍ରରେ ଉତ୍ସାହିତ କରାଉଛି । ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୋଲିସ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ଦଳ ।

ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଥିଲେ ମଧ୍ୟ ସେ ଧୃତରାଷ୍ଟ୍ର ସାଜି କିଛି ନ ଜାଣିବାର ଅଭିନୟ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଓଡିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଗଣବିକ୍ଷୋଭ କରିଥିଲେ କଂଗ୍ରେସ କର୍ମୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.