ବାରିପଦା: ସେପ୍ଟେମ୍ବରରେ ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତିକୁ ଦେଶବ୍ୟାପୀ ବିରୋଧ କରିଛି କଂଗ୍ରେସ ।
ପରୀକ୍ଷା ଘୁଞ୍ଚାଇବା ଦାବିରେ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଏସଏନଏଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବାରୁ ଏବେ ପରୀକ୍ଷା କରିବା ବିଦ୍ୟାର୍ଥୀଙ୍କୁ ବିପଦ ମୁହଁକୁ ଠେଲିଦେବା ସହିତ ସମାନ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ ଦଳର ନେତାମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ