ETV Bharat / state

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ: ମୟୂରଭଞ୍ଜ ଜିଲ୍ଲାପାଳ - preparation of mayurbhanj collector

ଦିନକୁ ଦିନ ବିଗୁଡୁଛି ସ୍ଥିତି । ଏଭଳି ପରିସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାରେ ବି କୋରୋନା ରୋଗୀଙ୍କ ସଂଖ୍ୟା କମ ନୁହେଁ ତେବେ ଜିଲ୍ଲା ପ୍ରଶାସନ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ: ଜିଲ୍ଲାପାଳ ମୟୂରଭଞ୍ଜ

author img

By

Published : May 9, 2021, 7:04 AM IST

ବାରିପଦା: ରାଜ୍ୟରେ ଦିନକୁ ଦିନ ବିଗୁଡୁଛି କୋରୋନା ସ୍ଥିତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସପ୍ତମ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୫୯୭ରେ ପହଞ୍ଚିଛି । ମୋଟ ୧୯୫୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଏଭଳି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ।

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ: ଜିଲ୍ଲାପାଳ ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଜିଲ୍ଲାବାସୀଙ୍କୁ ଭୟଭୀତ ନହେବା ପାଇଁ କହିବା ସହ ଜିଲ୍ଲାରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । ଜିଲ୍ଲାରେ କୋଭିଡ ୧୯କୁ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ, କୋଭିଡ ରୋଗୀଙ୍କ ପାଇଁ ବେଡ଼ ଓ ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଦ୍ବିତୀୟ ଲହର କୋରୋନା ମହାମାରୀକୁ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ଲକଡାଉନ ସମୟରେ ଅଯଥାରେ ଘରୁ ନବାହାରିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ । କୌଣସି ଜରୁରୀ କାମରେ ଘରୁ ବାହାରିଲେ ଅଯଥା ଗହଳି ନକରି ସାମାଜିକ ଦୂରୁତ୍ବ ବଜାୟ ରଖିବା ସହ ମାସ୍କ ପିନ୍ଧି ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ ବୋଲି କହିଛନ୍ତି ଜିଲ୍ଲାପାଳ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.