ETV Bharat / state

ନିଲମ୍ବିତ ବେତନଟୀ ତହସିଲଦାରଙ୍କ ଗିରଫ ଦାବି ଜିଦରେ ଅଟଳ ବିଜେପି

author img

By

Published : Aug 3, 2020, 5:43 AM IST

ବେତନଟୀ ତହସିଲର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଗିରଫ ଦାବି । ବୈଶିଙ୍ଗା ଥାନା ପରିସରରେ ଧାରଣା ପରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ନେଇ ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

Mayurbhanj BJP threatened to strike infront of Collector office demanding arrest of suspended Betnoti Tahsildar
ନିଲମ୍ବିତ ବେତନଟୀ ତହସିଲଦାରଙ୍କ ଗିରଫ ଦାବି ଜିଦରେ ଅଟଳ ବିଜେପି

ବାରିପଦା: ଜୋର୍ ଧରିଲା ବେତନଟୀ ତହସିଲର ପୂର୍ବତନ ତହସିଲଦାର ତଥା କଳାହାଣ୍ଡି ଡେପୁଟି କଲେକ୍ଟର ଅନିଶା ଦାସଙ୍କ ଗିରଫ ଦାବି ।

ମୋରମ ଗାଡି ଜବତ ଘଟଣାରେ ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଗିରଫ ନେଇ ଅଡିବସିଛି ଜିଲ୍ଲା ବିଜେପି । ଦଳ ପକ୍ଷରୁ ବୈଶିଙ୍ଗା ଥାନା ପରିସରରେ ଜୁଲାଇ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା ।

ତେବେ ଦାବି ପୂରଣ ନହେବାରୁ, ଆସନ୍ତା ୬ ତାରିଖରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବ ବିଜେପି । ଏନେଇ ବାରିପଦାରେ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି କାନ୍ଦରା ସରେନ । ଏହି ସାମ୍ବାଦିକ ସମ୍ମିଳନୀରେ ମୟୁରଭଞ୍ଜ ବିଜେପି ସାଂସଦ ବିଶେଶ୍ବର ଟୁଡୁ, ବାରିପଦା ବିଜେପି ବିଧାୟକ ପ୍ରକାଶ ସରେନ, ଉଦଳା ବିଧାୟକ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢାନ ମୂର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ । ଦୁର୍ନୀତିଖୋର ଅଫିସରଙ୍କୁ ସରକାର ଘଣ୍ଟ ଘୋଡାଉଥିବା ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି ।

ନିଲମ୍ବିତ ବେତନଟୀ ପୂର୍ବତନ ତହସିଲଦାର ଅନିଶା ଦାସ ଏବଂ ମରୋମ ମାଫିଆ ଘଟଣା ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୟୁରଭଞ୍ଜ ଜିଲ୍ଲା ପୋଲିସ ତୁରନ୍ତ ତଦନ୍ତ କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗିରଫ କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.