ETV Bharat / state

ସଡ଼କ ଦୁର୍ଘଟଣାରେ ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକଙ୍କ ମୃତ୍ୟୁ

author img

By

Published : Oct 4, 2021, 5:22 PM IST

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ । ପରିବାରରେ ଶୋକର ଛାୟା । ଅଧିକ ପଢନ୍ତୁ...

ସଡ଼କ ଦୁର୍ଘଟଣାରେ ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକଙ୍କ ମୃତ୍ୟୁ
ସଡ଼କ ଦୁର୍ଘଟଣାରେ ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକଙ୍କ ମୃତ୍ୟୁ

ରାଇରଙ୍ଗପୁର: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ବିଶ୍ୱଜିତ ସାହୁ । ଜିଲ୍ଲାର ରାଇରଙ୍ଗପୁର ୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ବାଦାମପାହାଡ ଅଞ୍ଚଳର ବିଶ୍ବଜିତ ସାହୁ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଜାତୀୟ ରାଜପଥରେ ସାଇକେଲ ଯୋଗେ ଯାଉଥିବା ଏକ ବୃଦ୍ଧ ଦମ୍ପତିଙ୍କ ସହି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବିଶ୍ବଜିତ ଓ ବୃଦ୍ଧ ଦମ୍ପତି ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ ।

ଏନେଇ ଗୁରୁତର ଅବସ୍ଥାରେ ବିଶ୍ବଜିତ ଓ ଦମ୍ପତିଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୃଦ୍ଧ ଦମ୍ପତିଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବିଶ୍ବଜିତଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବିଶ୍ବଜିତଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.