ETV Bharat / state

24 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା, ଧିରେ ଧିରେ ସ୍ବାଭାବିକ ହେଉଛି ସ୍ଥିତି - ମୟୂରଭଞ୍ଜ ବନ୍ଦ

15 ଦଫା ଦାବି ନେଇ ଆଜି 24 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

mayurbhanj bandh
mayurbhanj bandh
author img

By ETV Bharat Odisha Team

Published : Aug 24, 2023, 1:55 PM IST

mayurbhanj bandh

ରାଇରଙ୍ଗପୁର: ଆଜି 24 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । 15 ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ବାମନଘାଟି ଉପଖଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବାରିପଦା, ପଞ୍ଚପୀଢ ଓ କପ୍ତିପଦା ଉପଖଣ୍ଡରେ ବନ୍ଦର କୌଣସି ପ୍ରଭାବ ନାହିଁ । 220 ନଂ ଜାତୀୟ ରାଜପଥରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ମାନେ ପିକେଟିଂ କରି ଗାଡ଼ି ଚକା ଜାମ କରିଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରୁ ହଟାଇଛି । ବିଳମ୍ବିତ ରାତି 12 ଟା ସମୟରେ ଜେଏମଏମ କର୍ମୀ ମାନେ ବନ୍ଦ ପାଳନ ଆରମ୍ଭ କରିଥିଲେ। ବନ୍ଧର ପ୍ରଭାବ ଏତେଟା ନଥିବା ବେଳେ ଧିରେ ଧିରେ ସ୍ବାଭାବିକ ହେଉଛି ସ୍ଥିତି ।

ଆଜି ସକାଳ ସମୟରେ ରାଇରଙ୍ଗପୁର ସହରର ବିଭିନ୍ନ ଛକ ଗୁଡିକରେ ଦଳର ନେତା ଓ କର୍ମୀ ମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଥିଲା । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରାଇଥିଲେ ଜେଏମଏମର ନେତା ଓ କର୍ମୀ । ତେବେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ । 15 ଗୋଟି ଦାବିକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇ ବନ୍ଦ ପାଳନ କରୁଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

ଏହା ମଧ୍ୟ ପଢନ୍ତୁ-ମୌଳିକ ସମସ୍ୟାର ହେଉନି ସମାଧାନ: ଆଜି 12 ଘଣ୍ଟିଆ ଭୁବନ ବନ୍ଦ, ଜନଜୀବନ ପ୍ରଭାବିତ

15 ଗୋଟି ଦାବି ଗୁଡ଼ିକ ହେଲା, ବାଦାମପାହାଡ ଓ ଗୋରୁମହିଷାଣୀ ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଆଦିବାସୀ ମାନଙ୍କ ସାର୍ନା ଧର୍ମ ପାଇଁ ସ୍ବତନ୍ତ୍ର କୋର୍ଡ ପ୍ରଦାନ, ସାନ୍ତାଳୀ ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ପ୍ରତ୍ୟେକ ଗାଁ ଗୁଡ଼ିକରେ ଥିବା ଜାହିରା ପୀଠ ଗୁଡିକର ଉନ୍ନତି କରଣ, ସାନ୍ତାଳୀ ହୋ, ମୁଣ୍ଡା ଓ କୁଡୁମାଲି ଭାଷାକୁ ରାଜ୍ୟରେ ଦ୍ବିତୀୟ ରାଜଭାଷା ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଛି । ସେହିପରି ଆବାସ ଯୋଜନାରେ ମିଳୁଥିବା ଅର୍ଥରାଶିର ବୃଦ୍ଧି, ବାରିପଦାବାସୀଙ୍କୁ ତୁରନ୍ତ ପାଇପ ପାଣି ଯୋଗାଇବା, ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି, ଗ୍ରାମାଞ୍ଚଳ ଡାକ୍ତରଖାନା ଓ ପିଆରଏମରେ ଡାକ୍ତର ନିଯୁକ୍ତି ସହ ଅତ୍ୟାଧୁନିକ ଉପକରଣ ଯୋଗାଇବା, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସହ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବା ପରି 15 ଟି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଆଗାମୀ ଦିନରେ ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ଜେଏମଏମ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.