ETV Bharat / state

ମୟୂରଭଞ୍ଜର 5ଟି ବୁଥ୍‌ରେ ସାନି ମତଦାନ

ସପ୍ତମ ପର୍ଯ୍ୟାୟ ଅର୍ଥାତ ଅନ୍ତିମ ପର୍ଯ୍ୟାୟ ମତଦାନରେ ରାଜ୍ୟର 34ଟି ବୁଥ୍‌ରେ ହେବ ସାନି ମତଦାନ । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର 5ଟି ବୁଥ୍‌ରେ ସାନି ମତଦାନ ହେବାକୁ ସ୍ଥିର କରାଯାଇଛି ।

author img

By

Published : May 15, 2019, 5:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଆସନ୍ତା 19 ତାରିଖରେ ସାରା ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ଦେବାକୁ ଥିବାବେଳେ ରାଜ୍ୟରେ 34ଟିବୁଥ୍‌ରେ ସାନି ମତଦାନ ହେବ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ବିଭ୍ରାଟ ହୋଇଥିବା ଦର୍ଶାଇ 10 ଜିଲ୍ଲାର 34ଟି ବୁଥ୍‌ରେ ସାନି ମତଦାନ ହେବାକୁ ସ୍ଥିର କରାଯାଇଛି । ସେଥିମଧ୍ୟରୁ ମୟୂରଭଞ୍ଜର 2 ନିର୍ବାଚନ ମଣ୍ଡଳୀର 5ଟି ବୁଥ୍‌ରେ ସାନି ମତଦାନ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗତ ଏପ୍ରିଲ 29 ତାରିଖ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଜିଲ୍ଲାର ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର ଗୋଟିଏ ବୁଥ୍‌ ଓ ବାରିପଦା ମଣ୍ଡଳୀର 4ଟି ବୁଥରେ ଇଭିଏମ ମେସିନରେ ଦେଖାଦେଇଥିବା ତ୍ରୁଟିକୁ ନେଇ ସାନି ମତଦାନ ପାଇଁ ଦାବି ହୋଇଥିଲା। ଏହି ଦାବିକୁ ବିଚାରକୁ ନେଇ ନିର୍ବାଚନ କମିଶନ ଆସନ୍ତା 19 ତାରିଖ ଏହି ପାଞ୍ଚଟି ବୁଥରେ ସାନି ମତଦାନ ପାଇଁ ଘୋଷଣା କରିଛନ୍ତି ।

ସେଥିମଧ୍ୟରୁ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ପୌରପରିଷଦର 26 ନଂ ୱାର୍ଡର 16 ନଂ ବୁଥ, 21 ନଂ ୱାର୍ଡର 19 ନଂ ବୁଥ, ଖୁଣ୍ଟା ବ୍ଲକର ବିସିପୁର ଆଠପଡ଼ାରେ 166 ନଂବୁଥ, ବଡ଼ସାହି ବ୍ଲକ ଅଧୀନରେ ଥିବା ଖାଁନୂଆ ର 248 ନଂବୁଥ ସହିତ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର କଖାରୁଶୋଳର 104 ନଂ ବୁଥ୍ ରେ ସାନି ମତଦାନ ହେବ।

ଏହି ପାଞ୍ଚଟି ବୁଥ୍‌ରେ ମୋଟ ୪ ହଜାର ୯ ଶହ ୬୭ଜଣ ଭୋଟର ଅଂଶ ଗ୍ରହଣ କରି ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.