ETV Bharat / state

ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଶହୀଦ, କାଲି ଜନ୍ମମାଟିରେ ପହଞ୍ଚିବ ମରଶରୀର

୨୦୧୩ରେ ସୁଧୀର ପ୍ରଥମେ କୋରାପୁଟ ଓ ପରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରୁଥିଲେ । ୬ ମାସ ପୂର୍ବେ କଳାହାଣ୍ଡି ଜିଲ୍ଲାରେ ମାଓ ଅପରେଶନରେ ସାମିଲ ହୋଇଥିଲେ । ବୁଧବାର କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍ଜି ଜଙ୍ଗଲରେ ଅପରେଶନ ସମୟରେ ସେ ମାଓବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।

author img

By

Published : Sep 10, 2020, 11:00 PM IST

martyred SOG jawan sudhir kumar tudu's body arrives in his homeland tomorrow
ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଶହୀଦ ଘଟଣା, କାଲିଜନ୍ମମାଟିରେ ପହଞ୍ଚିବ ମରଶରୀର

ବାରିପଦା: ମୟୂରଭଞ୍ଜ ମାଟିର ପୁଣି ଜଣେ ବୀର ଯବାନ ଦେଶମାତୃକାର ସୁରକ୍ଷା ପାଇଁ ନିଜ ପ୍ରାଣର ବଳିଦାନ ଦେଇଛନ୍ତି । କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଏସଓଜି ଯବାନ ଶହୀଦ ହୋଇଛନ୍ତି । ଦୁଇ ଶହୀଦ ଏସଓଜି ଯବାନଙ୍କ ମଧ୍ୟରୁ ଜଣେ ହେଲେ ଜିଲ୍ଲାର ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡ଼ା ପଞ୍ଚାୟତ ସାନ ଭଦୁଆଶୋଳ ଗ୍ରାମର ସୁଧୀର କୁମାର ଟୁଡୁ ।

ରିଜର୍ଭ ଫାଷ୍ଟ ବାଟାଲିୟନରେ କାର୍ଯ୍ୟରତ ଥିବା ୨୮ବର୍ଷୀୟ ଯବାନ ସୁଧୀରଙ୍କ ଘରେ ମାଆ ଯମୁନା ଟୁଡୁ(୫୫) ଓ ଜଣେ ସାନଭାଇ ସୁନାରାମ ଅଛନ୍ତି । ପୂର୍ବରୁ ତାଙ୍କ ବାପାଙ୍କ ପରଲୋକ ହୋଇସାରିଛି । ୨୦୧୩ରେ ସୁଧୀର ପ୍ରଥମେ କୋରାପୁଟ ଓ ପରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରୁଥିଲେ । ୬ ମାସ ପୂର୍ବେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଅପରେଶନରେ ସାମିଲ ହୋଇଥିଲେ । ବୁଧବାର କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍ଜି ଜଙ୍ଗଲରେ ଅପରେଶନ ସମୟରେ ସେ ମାଓବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।

ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଶହୀଦ ଘଟଣା, କାଲି ଜନ୍ମମାଟିରେ ପହଞ୍ଚିବ ମରଶରୀର

ସୁଧୀରଙ୍କ ଉପରେ ନିଜ ପରିବାର ସମେତ ଦାଦାଙ୍କ ପରିବାର ମଧ୍ୟ ନିର୍ଭରଶୀଳ ଥିଲା । ଘରର ଏକମାତ୍ର ରୋଜଗାରିଆ ପୁଅ ସୁଧୀରଙ୍କ ଶହୀଦ ହେବା ଖବର ଗୁରୁବାର ସ୍ଥାନୀୟ ଶୁଳିଆପଦା ପୋଲିସ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମ୍ପର୍କୀୟ, ସ୍ଥାନୀୟ ବାସିନ୍ଦା ଓ ମାନ୍ୟଗଣ୍ୟ ବ୍ୟକ୍ତି ପରିବାରକୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ଶେଷକୃତ୍ୟ ପାଇଁ ସମସ୍ତ ଆୟୋଜନ କରିଛି ।

ଶୁକ୍ରବାର ସୁଧୀରଙ୍କ ମର ଶରୀର ଗ୍ରାମରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଶହୀଦଙ୍କ ବିୟୋଗରେ ପରିବାର ବର୍ଗଙ୍କ ସହ ସ୍ଥାନୀୟ ଗ୍ରାମ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.