ETV Bharat / state

ସ୍ବତନ୍ତ୍ର ସେନାନୀ ବୀର ସିଦୋ-କାହ୍ନୁ'ଙ୍କ ସ୍ମୃତିରେ କ୍ରାନ୍ତି ଦିବସ

ବୀର ସିଦୋ- କାହ୍ନୁଙ୍କ ସ୍ମୃତିରେ ୧୬୬ ତମ ଜୟନ୍ତୀ ଦିବସ । ତାଙ୍କ ସ୍ମୃତିରେ 'ହୁଲ୍ ମାହା' ବା କ୍ରାନ୍ତି ଦିବସ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ...

author img

By

Published : Jun 30, 2021, 9:45 PM IST

sidda murmu and kanhu murmu
ସ୍ବତନ୍ତ୍ର ସେନାନୀ ବୀର ସିଦୋ-କାହ୍ନୁ'ଙ୍କ ସ୍ମୃତିରେ କ୍ରାନ୍ତି ଦିବସ ପାଳିତ

ରାଇରଙ୍ଗପୁର: ସ୍ବତନ୍ତ୍ର ସେନାନୀ ବୀର ସିଦକାହ୍ନୁଙ୍କ ସ୍ମୃତିରେ କ୍ରାନ୍ତି ଦିବସ 'ହୁଲ୍ ମାହା' ପାଳିତ । ଇଂରେଜ ଶାସନ ବିରୁଦ୍ଧରେ ଲଢେଇ କରି ସହିଦ ହୋଇଥିଲେ ଦୁଇ ସାନ୍ତାଳୀ ଆଦିବାସୀ ବୀର ଯୋଦ୍ଧା ସିଦୋ-କାହ୍ନୁ।

ବୀର ସିଦୋ- କାହ୍ନୁଙ୍କ ସ୍ମୃତିରେ ୧୬୬ ତମ ଜୟନ୍ତୀ ଦିବସ । ବ୍ରିଟିଶ ବିରୁଦ୍ଧରେ ଲଢେଇ କରି ବୀରଗତି ପ୍ରାପ୍ତ କରିଥିଲେ ଏହି ଦୁଇ ସାନ୍ତାଳି ବୀର । ତାଙ୍କ ସ୍ମୃତିରେ 'ହୁଲ୍ ମାହା' ବା କ୍ରାନ୍ତି ଦିବସ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ସିଦୋକାହ୍ନୁଙ୍କ ସ୍ମୃତି ଚାରଣ କରିବା ସହ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି ।

ଇଂରେଜ ମାନଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଦୁଇ ଭାଇ ବୀର ସିଦୋ ମୁର୍ମୁ ଏବଂ କାହ୍ନ ମୁର୍ମୁ ସହିଦ ହୋଇଥିବାବେଳେ ତାଙ୍କ ବୀରଙ୍ଗନା ଦୁଇ ଭଉଣୀ ଫୁଲ ମୁର୍ମୁ ଏବଂ ଝାନ ମୁର୍ମୁ ମଧ୍ୟ ଇଂରେଜଙ୍କ ବିରୁଦ୍ଧରେ ଲଢି ଶହୀଦ ହୋଇଥିଲେ । ତେବେ ବୀର ସିଦୋ ଏବଂ କାହ୍ନୁ ମୁର୍ମୁଙ୍କ ବଳିଦାନକୁ ମନେ ରଖିବା ପାଇଁ ତାଙ୍କ ସ୍ମୃତିରେ ସାରା ଭାରତରେ କ୍ରାନ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଛି । ଯାହାକୁ ସାନ୍ତାଳୀ ଭାଷାରେ 'ହୁ୍ଲ୍ ମାହା' କୁହାଯାଇଥାଏ ।

ଏହି ହୁଲ ମାହା ଅବସରରେ ଝାରଖଣ୍ଡ, ଓଡିଶା, ବିହାର, ବେଙ୍ଗଲ, ଆସାମ ଆଦି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ମାନଙ୍କ ପକ୍ଷରୁ ହୁଲ୍ ମାହା ପାଳନ କରାଯାଇ ଆସୁଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ 'ହୁଲ୍ ମାହା' ପାଳନ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.