ETV Bharat / state

ଜନ୍ମମାଟିରେ ପହଞ୍ଚିଲା ଶହୀଦ ସୁଧୀର କୁମାର ଟୁଡୁଙ୍କ ମରଶରୀର

ଜନ୍ମମାଟିରେ ପହଞ୍ଚିଲା ସିର୍କି ଜଙ୍ଗଲ ମାଓ ଅପରେସନ ସମୟରେ ଶହୀଦ ଏସଓଜି ଯବାନଙ୍କ ମରଶରୀର । ମୟୂରଭଞ୍ଜ ମାଟିର ଲଢୁଆ ପୁଅ ସୁଧୀର କୁମାର ଟୁଡୁଙ୍କ ମର ଶରୀର ଶୁକ୍ରବାର ନିଜ ଜନ୍ମମାଟି ଶୁଳିଆପଦା ବ୍ଲକ ସାନ ଭଦୁଆଷୋଳ ଗାଁରେ ପହଞ୍ଚିଛି। ଅଧିକ ପଢନ୍ତୁ...

author img

By

Published : Sep 11, 2020, 10:16 AM IST

ଜନ୍ମମାଟିରେ ଶହୀଦ ସୁଧୀର କୁମାର ଟୁଡୁଙ୍କ ମରଶରୀର

ବାରିପଦା: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ବୁଧବାର ମାଓ ଅପରେସନ ସମୟରେ ଶହୀଦ ହୋଇଥିବା ଏସଓଜି ଯବାନ ସୁଧୀର କୁମାର ଟୁଡୁଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ସାନ ଭଦୁଆଷୋଳ ଗାଁରେ ଶହୀଦଙ୍କ ମରଶରୀର ପହଞ୍ଚିଛି ।

ଶହୀଦଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ଭିତରେ ଲୋକମାନେ ରାଲି କରି ତାଙ୍କ ବାସଭବନକୁ ନେଉଛନ୍ତି । ଶହୀଦ ଅମର ରହେ ଧ୍ବନୀରେ ପରିବେଶ ଫାଟି ପଡୁଛି । ଶହୀଦଙ୍କ ପାଇଁ ବାଘଡା ବଜାରକୁ ସଟଡାଉନ ଘୋଷଣା କରାଯାଇଛି ।

ସୂଚନାଥାଉକି, କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ବୁଧବାର କଳାହାଣ୍ଡି ପୋଲିସ ଦ୍ଵାରା ହୋଇଥିବା ମାଓ ଅପରେସନରେ 5 ମାଓବାଦୀ ନିହତ ହୋଇଥିବାବେଳେ 2 ଜଣ ଏସଓଜି ଯବାନ ଶହୀଦ ହୋଇଛନ୍ତି । ଶହୀଦ ଦୁଇ ଯବାନଙ୍କ ମଧ୍ୟରେ ଜଣେ ସୁଧିର ହୋଇଥିବାବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲାର ଦେବାଶିଷ ସେଠୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.