ETV Bharat / state

ଜନ୍ମମାଟିରେ ଶହୀଦ ନନ୍ଦୁରାମଙ୍କ ମରଶରୀର, ଶୋକାକୁଳ ପରିବେଶରେ ସହର ପରିକ୍ରମା - ଶହୀଦ ନନ୍ଦୁରାମ ସୋରେନ

ଭାରତ-ଚୀନ ସୀମାର ଗଲୱାନରେ ଶହୀଦ ହୋଇଥିବା ଓଡିଆ ପୁଅ ଶହୀଦ ନନ୍ଦୁରାମ ସୋରେନଙ୍କ ମରଶରୀର ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛି । ମରଶରୀର ରାତି 2.30ରେ ପହଞ୍ଚିବା ପରେ ଆଜି ସକାଳ 5ଟାରେ ରାଇରଙ୍ଗପୁର ସହର ପରିକ୍ରମା କରାଯାଇ ତାଙ୍କ ବାସଭବନକୁ ନିଆଯାଇଛି । ଅଧିକ ପଢନ୍ତୁ...

ଜନ୍ମମାଟିରେ ଶହୀଦ ନନ୍ଦୁରାମଙ୍କ ମରଶରୀର, ଶୋକାକୁଳ ପରିବେଶରେ ସହର ପରିକ୍ରମା

author img

By

Published : Jun 19, 2020, 7:06 AM IST

Updated : Jun 19, 2020, 8:05 AM IST

ରାଇରଙ୍ଗପୁର: ଭାରତ-ଚୀନ ସୀମାର ଗଲୱାନରେ ଶହୀଦ ହୋଇଥିବା ଓଡିଆ ପୁଅ ଶହୀଦ ନନ୍ଦୁରାମ ସୋରେନଙ୍କ ମରଶରୀର ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛି । ମରଶରୀର ରାତି 2.30ରେ ପହଞ୍ଚିବା ପରେ ଆଜି ସକାଳ 5ଟାରେ ରାଇରଙ୍ଗପୁର ସହର ପରିକ୍ରମା କରାଯାଇ ତାଙ୍କ ଇଚିଣ୍ଡା ସ୍ଥିତ ବାସଭବନକୁ ନିଆଯାଇଛି । ତେବେ ଆଜି ତାଙ୍କ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ତାଙ୍କ ଶହୀଦ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

ଜନ୍ମମାଟିରେ ଶହୀଦ ନନ୍ଦୁରାମଙ୍କ ମରଶରୀର, ଶୋକାକୁଳ ପରିବେଶରେ ସହର ପରିକ୍ରମା

ଗତକାଲି ବିଳମ୍ବିତ ରାତ୍ରିରେ ଶହୀଦ ନନ୍ଦୁରାମ ସୋରେନଙ୍କ ମରଶରୀର ରାଇରଙ୍ଗପୁର ସହରରେ ପହଞ୍ଚିଥିଲା । ଶୁକ୍ରବାର ସକାଳ 5ଟା ସମୟରେ ରାଇରଙ୍ଗପୁର ଟାଉନ ଥାନାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ରାଇରଙ୍ଗପୁର ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ସମୟରେ ଶହୀଦ ବୀର ଯବାନ ନନ୍ଦୁରାମ ସୋରେନ ଅମର ରହେ ଧ୍ବନିରେ ସାରା ସହର ପ୍ରକମ୍ପିତ ହୋଇଉଠିଥିଲା । ରାଇରଙ୍ଗପୁର ସହରରେ ଥିବା ତାଙ୍କ ବାସଭବନକୁ ମର ଶରୀର ନିଆଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଲୋକେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହର ପରିକ୍ରମା ସମୟରେ ସ୍ଥାନୀୟ ନେତା, ବିଧାୟକ, ସାଂସଦ, ମୟୂରଭଞ୍ଜ ଜିଲ୍ଲାପାଳ, ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ତଥା ରାଇରଙ୍ଗପୁରର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସହର ପରିକ୍ରମା କରିବା ପରେ ଶହୀଦଙ୍କ ମର ଶରୀରକୁ ରାଇରଙ୍ଗପୁର ସ୍ଥିତ ଇଚିଣ୍ଡା ସ୍ଥିତ ବାସଭବନକୁ ଅଣାଯାଇଛି । ସେଠାରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ, ତିନି ଝିଅଙ୍କ ସମେତ ବନ୍ଧୁ ଓ ପରିବାରବର୍ଗ ଶେଷଦର୍ଶନ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ରାଇରଙ୍ଗପୁର ବିଧାୟକ, ମୟୂରଭଞ୍ଜ ସାଂସଦ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରୋଡା ବିଧାୟକ, ମୟୂରଭଞ୍ଜ ଜିଲ୍ଲାପାଳ, ରାଇରଙ୍ଗପୁର ଉପଜିଲ୍ଲାପାଳ, ମୟୂରଭଞ୍ଜ ଏସପି ସମବେଦନା ଜଣାଇଛନ୍ତି । ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ମରଶରୀରକୁ ବାସଭବନକୁ ନିଆଯାଇଥିଲା । ତାଙ୍କ ଶହୀଦ ହେବା ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jun 19, 2020, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.