ETV Bharat / state

ଭାରତ-ଚୀନ ଯବାନ ମୁହାଁମୁହିଁ: ଓଡିଆ ପୁଅ ନନ୍ଦୁରାମ ସୋରେନ ଶହୀଦ

ଲଦାଖର ଗଲୱାନ ଉପତ୍ୟକାର ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘଟିତ ରାତିଅଧିଆ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତର ୨୦ ଜଣ ଯବାନ । ତେବେ ଏହି ଶହୀଦ ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ରାଇରଙ୍ଗପୁର ମାଟିର ପୁଅ ନନ୍ଦୁରାମ ସୋରେନ । ବୁଧବାର ସକାଳେ ଏ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ...

martyr-nanduram-soren-of-mayurbhanj
ଗାଲୱାନରେ ଶହୀଦ ହେଲେ ନନ୍ଦୁରାମ ସୋରେନ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
author img

By

Published : Jun 17, 2020, 2:15 PM IST

Updated : Jun 17, 2020, 5:04 PM IST

ରାଇରଙ୍ଗପୁର: ଲଦାଖର ଗଲୱାନ ଉପତ୍ୟକାର ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘଟିତ ରାତିଅଧିଆ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତର ୨୦ ଯବାନ। ତେବେ ଏହି ଶହୀଦ ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ରାଇରଙ୍ଗପୁର ମାଟିର ପୁଅ ନନ୍ଦୁରାମ ସୋରେନ । ବୁଧବାର ସକାଳେ ଏ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଭାରତ-ଚୀନ ଯବାନ ମୁହାଁମୁହିଁ: ଓଡିଆ ପୁଅ ନନ୍ଦୁରାମ ସୋରେନ ଶହୀଦ

ଶହୀଦ ନନ୍ଦୁରାମଙ୍କ ଘର ବିଜିତଳା ବ୍ଲକ ଅନ୍ତର୍ଗତ ବଡ଼ଚମ୍ପାଉଦା ଗ୍ରାମରେ । ସେ ଇଣ୍ଡିଆନ ଆର୍ମିରେ ୧୯୯୭ ମସିହାରେ ଯୋଗଦାନ କରି ଦୀର୍ଘ ୨୩ ବର୍ଷ ଧରି କାର୍ଯ୍ୟ କରୁଥିଲେ । ସେ ନାଏବ ସୁବେଦାର (ଜୁନିୟର କମାଣ୍ଡିଙ୍ଗ ଅଫିସର) ଭାବେ କାର୍ଯ୍ୟରତ ଥିଲେ। ଶହୀଦ ନନ୍ଦୁରାମଙ୍କ ବୟସ ୪୩ ବର୍ଷ ହୋଇଥିବା ଜଣାପଡିଛି ।

ତେବେ ଶହୀଦ ନନ୍ଦୁରାମଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ ଓ ତିନି ଝିଅ ଗଣେଶ୍ବରୀ(୧୪), ମାନସୀ(୧୧) ଓ ସୋନାଲି(୦୫) ବାପାଙ୍କ ଶହୀଦ ହେବା ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି । ଶହୀଦ ହେବାର ଖବର ପ୍ରସାରିତ ହେବା ପରେ ପରିବାର ସମେତ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jun 17, 2020, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.