ETV Bharat / state

ଚାକିରି ପାଇଲେ ମାଙ୍କଡିଆ ଜନଜାତି ଯୁବକ, ଜିଲ୍ଲାପାଳ ଦେଲେ ଚୁକ୍ତି ଭିତ୍ତିକ ନିଯୁକ୍ତି

author img

By

Published : Jul 30, 2021, 11:42 AM IST

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଭଣ୍ଡାରୀପାଳ ଅଞ୍ଚଳରେ ଥିବା ମାଙ୍କଡିଆ ଜନଜାତିର ଯୁବକ ବାୟା ମାଙ୍କଡ଼ିଆଙ୍କୁ ଚୁକ୍ତି ଭିତ୍ତିକ ଚାକିରିରେ ନିଯୁକ୍ତି ପ୍ରଦାନ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଏନେଇ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ନିଯୁକ୍ତି ପତ୍ର ଓ ଲାପଟପ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଚାକିରି ପାଇଲେ ମାଙ୍କିଡିଆ ଜନଜାତି ଯୁବକ
ଚାକିରି ପାଇଲେ ମାଙ୍କିଡିଆ ଜନଜାତି ଯୁବକ

ବାରିପଦା: ମାଙ୍କଡିଆ ଜନଜାତିର ପ୍ରଥମ ମାଟ୍ରିକ ପାସ କରିଥିବା ବାୟା ମାଙ୍କଡିଆଙ୍କୁ ମିଳିଛି ସରକାରୀ ଚାକିରି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଭଣ୍ଡାରୀପାଳ ଅଞ୍ଚଳରେ ଥିବା ମାଙ୍କଡିଆ ଜନଜାତିର ଯୁବକ ବାୟା ମାଙ୍କିଡ଼ିଆଙ୍କୁ ଚୁକ୍ତି ଭିତ୍ତିକ ଚାକିରିରେ ନିଯୁକ୍ତି ପ୍ରଦାନ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଏନେଇ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ନିଯୁକ୍ତି ପତ୍ର ଓ ଲାପଟପ ପ୍ରଦାନ କରିଛନ୍ତି ।

ଚାକିରି ପାଇଲେ ମାଙ୍କିଡିଆ ଜନଜାତି ଯୁବକ

ସେ ଅନ୍ଵେଷା ପକ୍ଷରୁ ଅର୍ବାନ ଏଜୁକେସନ ପ୍ରୋଗ୍ରାମରେ ଥିବା ହଷ୍ଟେଲ ଛାତ୍ରୀଛାତ୍ରମାନଙ୍କୁ ପାର୍ଟଟାଇମ ଟିଉସନ କରିବେ । ଛାତ୍ରାବାସରେ ରହି ଶିକ୍ଷାଗ୍ରହଣ କରୁଥିବା ଶିକ୍ଷାର୍ଥୀମାନଙ୍କୁ କମ୍ପ୍ୟୁଟର ବାବଦରେ ଅଧିକ ଜ୍ଞାନ ପ୍ରଦାନ କରିବା ସହିତ ଚିତ୍ରକଳା, ଗଳ୍ପ, କୁଇଜ ସମ୍ପର୍କରେ ପିଲାମାନଙ୍କୁ ଅଧିକ ଶିକ୍ଷାଦାନ କରିବେ ।

ଉଲ୍ଲେଖଯୋଗ୍ୟ ଯେ ସେ ମୟୂରଭଞ୍ଜ ଜିଲ୍ଲାର ବସବାସ କରୁଥିବା ମାଙ୍କଡିଆ ଜନଜାତିଙ୍କ ମଧ୍ୟରେ ପ୍ରଥମ ମାଙ୍କଡିଆ ଭାବେ ୨୦୧୦ରେ ମାଟ୍ରିକ ପରୀକ୍ଷା ପାସ କରିଥିଲେ । ୨୦୧୨ରେ ଯୁକ୍ତ ଦୁଇ ପରୀକ୍ଷା ପାସ କରିଛନ୍ତି। ଅତି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପାଠପଢା ପ୍ରତି ତାଙ୍କର ଆଗ୍ରହ ରହିଥିଲା । ଅର୍ଥାଭାବରୁ ପାଠପଢା ଛାଡି ଟ୍ରାକ୍ଟର ଶ୍ରମିକ ଭାବେ କାମ କରୁଥିଲେ । ଏହା ଜଣାପଡିବା ପରେ ଜିଲ୍ଲାପାଳ ଭରଦ୍ବାଜ ତାଙ୍କୁ ଛାତ୍ରାବାସରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଶାସନର ଏପରି ପଦକ୍ଷେପ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବାୟା ମାଙ୍କଡିଆ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.