ETV Bharat / state

ପାରିବାରକୁ କହଳରୁ ମାଆକୁ ହତ୍ୟା, ମାତୃହନ୍ତା ପୁଅକୁ ଆଜୀବନ ଜେଲ୍ - ମାଆକୁ ହତ୍ୟା ପାଇଁ ପୁଅକୁ ଆଜୀବନ ଜେଲ

Man Gets Life Term For Killing Mother: ଜନ୍ମକଲା ମାଆକୁ ହତ୍ୟା ମାମଲାରେ ପୁଅକୁ ୨୦ ଆଜୀବନ ଜେଲ୍ । ୨୦୧୭ ମସିହାରେ ମୟୂରଭଞ୍ଜ ଜିଲ୍ଲା ଡମ୍ବରୁଡହର ଗ୍ରାମରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 27, 2023, 1:35 PM IST

ରାଇରଙ୍ଗପୁର: ମାତୃହନ୍ତା ପୁଅକୁ ମିଳିଲା ଦଣ୍ଡ । ମାଆକୁ ହତ୍ୟା କରିବା ମାମଲାରେ ହତ୍ୟାକାରୀ ପୁଅକୁ ଆଜୀବନ ଜେଲ୍ ପଠାଇଲେ କୋର୍ଟ । ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ନିଜ ମାଆକୁ କଚାଡ଼ି ମାରିବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୧୪ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ଏହି ରାୟ ପ୍ରକାଶ ପାଇଛି । ମାତୃହନ୍ତା ପୁଅ ଜଣକ ବୈଶିଙ୍ଗା ଅନ୍ତର୍ଗତ ଅଁଳା ଗ୍ରାମପଞ୍ଚାୟତ ଅଧିନ ଡମ୍ବରୁଡହର ଗ୍ରାମର ହରି ମାରାଣ୍ଡି ।

ଏଠାରେ ସୂଚନାଯୋଗ୍ୟ ଯେ, ଘଟଣାଟି ଘଟିଥିଲା ୨୦୧୭ ମସିହା ମେ' ମାସ ୧୩ ତାରିଖରେ । ଡମ୍ବରୁଡହର ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଜାମ୍ଭିର ମାରାଣ୍ଡି ଓ ତାଙ୍କ ପୁଅ ହରି ମାରାଣ୍ଡି ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ହରି ନିଜ ଜନ୍ମକଲା ମାଆ ଜାମ୍ଭିରଙ୍କୁ ମାରପିଟ୍ କରିଥିଲା । ରାଗରେ ଉତ୍ତ୍ୟକ୍ତ ହୋଇ ଶେଷରେ ମାଆ ଜାମ୍ଭିରଙ୍କୁ ଘର ଭିତରେ କଚାଡ଼ି କଚାଡ଼ି ମାରି ଦେଇଥିଲା । ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପାଖ ପଡ଼ୋଶୀ ଗୌରି ଟୁଡୁ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଘଟଣାରେ ତଦନ୍ତ ଆରମ୍ଭ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ହରି ମାରାଣ୍ଡିକୁ ଗିରଫ କରିଥିଲା । ପରେ ଅଭିଯୁକ୍ତ ହରି ମାରାଣ୍ଡିକୁ ବାରିପଦା କୋର୍ଟ ଚାଲାଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀ ବଡବାପାକୁ 20 ବର୍ଷ ଜେଲ

ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଏହି ହତ୍ୟା ମାମଲାରେ ଶୁଣାଣି ହୋଇଛି । ବିଚାରପତି ଅରବିନ୍ଦ ପଟ୍ଟନାୟକ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ହରି ମାରାଣ୍ଡିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଆସାମୀକୁ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି । ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ରାୟ ପ୍ରକାଶ ପାଇବା ପରେ ଆସାମୀକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ କୋର୍ଟର ଅତିରିକ୍ତ ପି ପି ସସ୍ମିତା ମହାପାତ୍ର ଏହି ମାମଲା ପରିଚାଳନା କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.