ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

author img

By

Published : Sep 26, 2019, 10:08 PM IST

ଘରେ କେହି ନଥିବା ବେଳେ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟରୁ ଖସି ଯାଇଥିବା ଘରର ସରଭିସ୍ ତାରକୁ ଲଗାଉଥିଲେ । ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଏଭଳି ଅଭବାନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଧିନସ୍ଥ ବରାଜିଆଣି ଗାଁରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବିଦ୍ୟୁତ ଆଘାତରେ ଗଲା ଯୁବକଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନ ବରାଜିଆଣି ଗାଁରେ । ମୃତ ଯୁବକ ଜଣକ ଭାଦୁ ହେମ୍ବ୍ରମଙ୍କ ପୁଅ ଅର୍ଜୁନ ହେମ୍ବ୍ରମ(୨୭)।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଅର୍ଜୁନ ବିଦ୍ୟୁତ ଖୁଣ୍ଟରୁ ଖସି ଯାଇଥିବା ଘରର ସରଭିସ୍ ତାରକୁ ଲଗାଉଥିଲେ । ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସେ ବିଦ୍ୟୁତ ଆଘାତ ପାଇ ସେଠାରେ ଚେତାଶୂନ୍ୟ ଅବସ୍ଥାରେ ପଡିରହିଥିଲେ । ପଡୋଶୀମାନେ ତୁରନ୍ତ ତାଙ୍କ ସ୍ତ୍ରୀ ଓ ବାପାଙ୍କୁ ଡାକି ଏକ ଗାଡ଼ି ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ ।

ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ସ୍ତ୍ରୀ ଓ ଦୁଇଟି ଛୋଟ ଛୋଟ ଶିଶୁପୁତ୍ର ଥିବା ବେଳେ ସେମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନ ବରାଜିଆଣି ଗ୍ରାମରେ। ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଭାଦୁ ହେମ୍ବ୍ରମ ଙ୍କ ପୁଅ ଅର୍ଜୁନ ହେମ୍ବ୍ରମ(୨୭)। ସୂଚନା ଅନୁଯାୟୀ ଘରେ କେହି ନ ଥିବା ସମୟରେ ଅର୍ଜୁନ ଇଲେକ୍ଟ୍ରି ଖୁଣ୍ଟ ରୁ ଖସି ଯାଇଥିବା ଘରର ସରଭିସ୍ ତାରକୁ ଲଗାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆଘାତ ପାଇ ସେହିଠାରେ ଚେତାଶୂନ୍ୟ ଅବସ୍ଥାରେ ପଡିରହିଥିଲେ। ପଡୋଶୀ ମାନେ ତୁରନ୍ତ ତାଙ୍କ ସ୍ତ୍ରୀ ଓ ବାପା ଙ୍କୁ ଡାକି ଏକ ଗାଡ଼ି ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ସ୍ତ୍ରୀ ଓ ଦୁଇଟି ଛୋଟ ଛୋଟ ଶିଶୁପୁତ୍ର ଥିବା ବେଳେ ସେମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.