ETV Bharat / state

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ମା’କୁ ବ୍ଲାକମେଲ, ଝିଅକୁ ଅସଦାଚରଣ କରି ଅଭିଯୁକ୍ତ ଗିରଫ - ଶାରୀରିକ ସମ୍ପର୍କର ଭିଡିଓ

ଅସହାୟ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କର ଭିଡିଓ ଭାଇରଲର ଧମକ ଦେଇ ଅର୍ଥ ଦାବି ସହିତ ନାବାଳିକା ଝିଅକୁ ଅସଦ ବ୍ୟବହାର ଅଭିଯୋଗ। ଅଧିକ ପଢ଼ନ୍ତୁ...

man arrested in rairangpur thakuramunda, man blackmailing a lady, demanding money, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ମହିଳାଙ୍କୁ ବ୍ଲାକମେଲ, ଅଭିଯୁକ୍ତ ଗିରଫ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା, ଶାରୀରିକ ସମ୍ପର୍କର ଭିଡିଓ, ଭିଡିଓ ଭାଇରଲର ଧମକ
ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ମହିଳାଙ୍କୁ ବ୍ଲାକମେଲ, ଅଭିଯୁକ୍ତ ଗିରଫ
author img

By

Published : Jul 27, 2021, 8:37 PM IST

ରାଇରଙ୍ଗପୁର: ଜଣେ ଅସହାୟ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରି ସେହି ସମୟର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରିବା ସହ ମହିଳାଙ୍କୁ ବ୍ଲାକମେଲ କରି ୫ ଲକ୍ଷ ଟଙ୍କା ଦାବି କରିବା ଘଟଣା । ମାମଲାରେ ସମ୍ପୃକ୍ତି ନେଇ ଠାକୁରମୁଣ୍ଡା ଥାନା ପୋଲିସ ଜଣେ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦିଗଧର ଗ୍ରାମପଞ୍ଚାୟତ ଅଞ୍ଚଳରେ ଜଣେ ସେନା କର୍ମଚାରୀଙ୍କ ବିଧବା ପତ୍ନୀ ରହନ୍ତି । ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ପେନସନ ସହିତ ଅନ୍ୟାନ୍ୟ ଅର୍ଥ ପାଇବା ପାଇଁ ସମ୍ପୃକ୍ତ ମହିଳା ବିଭିନ୍ନ ସ୍ଥାନକୁ ଧାଁ ଦୌଡ଼ କରୁଥିଲେ। ଏହି ସୁଯୋଗରେ ଠାକୁରମୁଣ୍ଡା ନିକଟ ରୁଗୁଡିବେଡା ଗ୍ରାମର ଜଣେ ବିବାହିତ ବ୍ୟକ୍ତି ବିବେକାନନ୍ଦ ସେଠୀ ତାଙ୍କ ସହିତ ପାରିବାରିକ ସମ୍ପର୍କ ସ୍ଥାପନ କରି ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ କହିଥିଲେ।

ସହଯୋଗ କରିବାକୁ ଆଶା ଦେଇ ଏହି ସମୟ ମଧ୍ୟରେ ମହିଳାଙ୍କ ନିକଟରୁ ବିବେକାନନ୍ଦ ଏକ ଲକ୍ଷ ଟଙ୍କା ନେଇଯାଇଥିଲେ। ପରେ ମହିଳାଙ୍କ ଘରକୁ ଯିବା ଆସିବା କରିବା ସମୟରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ସେହି ସମୟର ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରି ରଖିଥିଲେ। ୫ ଲକ୍ଷ ଟଙ୍କା ମହିଳାଙ୍କ ଠାରୁ ଦାବି କରିବା ସହିତ କାହାକୁ ଏହି କଥା କହିଲେ ଅଶ୍ଳୀଳ ଚିତ୍ରକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ।

ମହିଳା ଜଣକ ଲୋକଲଜ୍ଜା ଭୟରେ ଏ କଥା କାହାକୁ କହିନଥିଲେ। ଗତ ୧୫ ତାରିଖ ଦିନ ମହିଳା ଜଣକ ନିଜ ବାପ ଘରକୁ ଯାଇଥିବା ସମୟରେ ବିବେକାନନ୍ଦ ମହିଳା ରହୁଥିବା ଘରକୁ ଯାଇ ଘରେ ଏକୁଟିଆ ଥିବା ତାଙ୍କର ନାବାଳିକା ଝିଅକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଝିଅ ପାଟି କରିବାରୁ ବିବେକାନନ୍ଦ ସେଠାରୁ ଖସି ପଳାଇ ଯାଇଥିଲେ। ପରେ ମା ଘରକୁ ଫେରିବା ପରେ ମା କୁ ଝିଅ ଏ ବିଷୟରେ କହିଥିଲେ। ଝିଅ ଠାରୁ ଏ କଥା ଶୁଣି ମା ଲୁଚାଇ ରଖିଥିବା ନିଜ ଘଟଣାକୁ ଝିଅକୁ କହିଥିଲେ। ପରେ ଠାକୁରମୁଣ୍ଡା ଥାନାରେ ମା ଓ ନାବାଳିକା ଝିଅ ଏ ସମସ୍ତ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପରେ ଠାକୁରମୁଣ୍ଡା ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ବିବେକାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.