ETV Bharat / state

ଲକ୍ଷାଧିକ ଟଙ୍କା ସହ ସାମଗ୍ରୀ ଓ ବୋଲେରୋ ଚୋରିକୁ ନେଇ ତାତିଲେ ଲୋକେ - ଚୋରିକୁ ନେଇ ତାତିଲେ ଲୋକେ

7ଟି ଦୋକାନର ସର୍ଟର ତାଡି ଚୋରି କରିବା ସହ ଗୋଟିଏ ବୋଲେରୋ ଗାଡି ଚୋରି ହୋଇଥିବା ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଲୁଟେରାଙ୍କୁ ଗିରଫ ଦାବିରେ ହାଟବାଦଡା ଦେଇ ଯାଇଥିବା ୨୨୦ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଅବରୋଧ।

ଫଟୋ ସୌଜନ୍ୟ :ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 25, 2019, 3:23 PM IST

ରାଇରଙ୍ଗପୁର: 7ଟି ଦୋକାନର ସର୍ଟର ତାଡି ଚୋରି କରିବା ସହ ଗୋଟିଏ ବୋଲେରୋ ଗାଡି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳରେ ।

ଗୁରୁବାର ବିଳମ୍ବିତ ରାତିରେ ହାଟବାଦଡା ଫାଣ୍ଡି ଅଧିନରେ ଥିବା ହାଟବାଦଡା ଅଞ୍ଚଳରେ 7ଟି ଦୋକାନ ଗୃହର ତାଲା ଭାଙ୍ଗିବା ସହ କବାଟ ତାଡି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଥିସହିତ ଏକ ବୋଲେରୋ ଗାଡ଼ି ମଧ୍ୟ ଚୋରି ହୋଇଛି । ତେବେ 7ଟି ଦୋକାନର କବାଟ ଲୁଟେରା ତାଡ଼ି ଥିବାବେଳେ 3ଟି ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦୋକାନ ସାମଗ୍ରୀ ଚୋରି କରିଛନ୍ତି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ରାଇରଙ୍ଗପୁର

ଲୁଟେରା ଦଳ ହାଟବାଦଡା ଅଞ୍ଚଳର ଅନୀଲ ମହାନ୍ତଙ୍କ ବୋଲେରୋ ଚୋରି କରି ନେଇଥିବାବେଳେ ମକରା ଦେଙ୍କ ବୋଲେରୋ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି । ଲୁଟେରା ଇଲକ୍ଟ୍ରୋନିକ୍ସ ଦୋକାନ, ଗ୍ରୋସରୀ ଦୋକାନ, ଲୁଗା ଦୋକାନ, ଫଟୋ ଷ୍ଟୁଡିଓ, ପାନ ଦୋକାନ ଓ ଚାହା ଦୋକାନ ଆଦିରୁ ଚୋରି କରିଛନ୍ତି। ଘଟଣାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଛାନଭିନ ଆରମ୍ଭ କରିଛି।

ସେପଟେ ବାରମ୍ବାର ଉକ୍ତ ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଖୁବ୍ ଶୀଘ୍ର ଲୁଟେରାଙ୍କୁ ଗିରଫ ଦାବିରେ ହାଟବାଦଡା ଦେଇ ଯାଇଥିବା ୨୨୦ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାଇରଙ୍ଗପୁର କରଞ୍ଜିଆ ଯାତାୟାତ ଠପ୍ ହୋଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ସାତୋଟି ଦୋକାନ ର କବାଟ ତାଡ଼ି ଚୋରି କରିବା ସହିତ ଗୋଟିଏ ବୋଲେରୋ ଗାଡ଼ି ଚୋରି ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ହାଟବାଦଡା ଅଞ୍ଚଳରେ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ହାଟବାଦଡା ଫାଣ୍ଡି ଅଧିନରେ ଥିବା ହାଟବାଦଡା ଅଞ୍ଚଳରେ ସାତୋଟି ଦୋକାନ ଗୃହର ତାଲା ଭାଙ୍ଗିବା ସହ କବାଟ ତାଡି ଚୋରି ହୋଇଥିବା ଅଭିଯୋଗ ହୋଇଛି। ତା ସହିତ ଏକ ବୋଲେରୋ ଗାଡ଼ି ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ର ସୂଚନା ଅନୁଯାୟୀ ସାତୋଟି ଦୋକାନର କବାଟ ଚୋରମାନେ ତାଡ଼ି ଥିବା ବେଳେ ତିନୋଟି ଦୋକାନ ରୁ ଲକ୍ଷାଧିକ ଟଙ୍କା ସହିତ ଦୋକାନ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି ଓ ହାଟବାଦଡା ଅଞ୍ଚଳର ଅନୀଲ ମହାନ୍ତ ଙ୍କ ଏକ ବୋଲେରୋ ଚୋରି କରି ନେଇ ଯାଇଥିବା ବେଳେ ମକରା ଦେ ଙ୍କ ବୋଲେରୋ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ। ଚୋରମାନେ ଇଲେକ୍ଟ୍ରୋନିକ୍ସ ଦୋକାନ, ଗ୍ରୋସରି ଦୋକାନ, ଲୁଗା ଦୋକାନ, ଫୋଟୋ ଷ୍ଟୁଡିଓ, ପାନ ଦୋକାନ ଓ ଚାହା ଦୋକାନ ରୁ ଚୋରି କରିଥିବା ଅଭିଯୋଗ ହୋଇଛି। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକେ ପୋଲିସ ର କାର୍ଯ୍ୟଦକ୍ଷତା କୁ ନେଇ ଏବଂ ଯଥାଶୀଘ୍ର ଚୋର ମାନଙ୍କୁ ଠାବ କରିବା ପାଇଁ ହାଟବାଦଡା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଇରଙ୍ଗପୁର କରଞ୍ଜିଆ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତା ଅବରୋଧ ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ସ୍ଥାନୀୟ ଲୋକଙ୍କ ସହିତ ବୁଝାସୁଝା କରୁଥିବା ଜଣାପଡିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.