ETV Bharat / state

ମୟୂରଭଞ୍ଜରେ ମାତିଲେ ଲୁଟେରା: ପୋଷ୍ଟ ଅଫିସରୁ ୧ ଲକ୍ଷ ଚୋରି, ଏମସିସି ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ - ମୟୂରଭଞ୍ଜ ଲୁଟ ନ୍ୟୁଜ

ମୟୂରଭଞ୍ଜ ଯଶିପୁର ଶାଖା ମୁଖ୍ୟ ଡାକ ଘରୁ ୧ ଲକ୍ଷ ୪୫ ହଜାର ଟଙ୍କା ଚୋରି କରି ନେଇଛନ୍ତି । ସେହିପରି ଯଶିପୁର ପରିବା ମାର୍କେଟ ସ୍ଥିତ ମୟୂରଭଞ୍ଜ ସେଣ୍ଟ୍ରାଲ କୋ ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ ଫାଟକର ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ହେଁ ବ୍ୟାଙ୍କ ଭିତରକୁ ପ୍ରବେଶ ଉଦ୍ୟମ ବିଫଳ ହେବାରୁ ସେଠାରୁ ଟଙ୍କା ଚୋରି କରିବାରେ ଚୋରମାନେ ବିଫଳ ହୋଇଛନ୍ତି । ଅଧିକ ପଢନ୍ତୁ...

ପୋଷ୍ଟ ଅଫିସରୁ ୧ ଲକ୍ଷ ୪୫ ହଜାର ଟଙ୍କା ଚୋରି
ପୋଷ୍ଟ ଅଫିସରୁ ୧ ଲକ୍ଷ ୪୫ ହଜାର ଟଙ୍କା ଚୋରି
author img

By

Published : Jul 14, 2021, 7:46 AM IST

ରାଇରଙ୍ଗପୁର: ପୋଷ୍ଟ ଅଫିସରୁ ୧ ଲକ୍ଷ ୪୫ ହଜାର ଟଙ୍କା ଚୋରି ହୋଇଥିବା ବେଳେ ଏମସିସି ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ । ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ଯଶିପୁର ଶାଖା ମୁଖ୍ୟ ଡାକ ଘରେ ଚୋରମାନେ ମୁଖ୍ୟ କବାଟ ତାଲା ଭାଙ୍ଗିବା ସହ ଆଇରନ ଚେସ୍ ଭାଙ୍ଗି ୧ଲକ୍ଷ ୪୫ ହଜାର ଟଙ୍କା ଚୋରି କରି ନେଇଛନ୍ତି ।

ପୋଷ୍ଟ ଅଫିସରୁ ୧ ଲକ୍ଷ ୪୫ ହଜାର ଟଙ୍କା ଚୋରି

ସେହିପରି ଯଶିପୁର ପରିବା ମାର୍କେଟ ସ୍ଥିତ ମୟୂରଭଞ୍ଜ ସେଣ୍ଟ୍ରାଲ କୋ ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ ଫାଟକର ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ହେଁ ବ୍ୟାଙ୍କ ଭିତରକୁ ପ୍ରବେଶ ଉଦ୍ୟମ ବିଫଳ ହେବାରୁ ସେଠାରୁ ଟଙ୍କା ଚୋରି କରିବାରେ ଲୁଟେରା ବିଫଳ ହୋଇଛନ୍ତି ।

ଏ ସମ୍ପର୍କରେ ଯଶିପୁର ଥାନାରେ ଅଭିଯୋଗ ହୋଇଥି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇଥିଲେ। ସେପଟେ ଲକଡାଉନ୍ ଯୋଗୁଁ ଚୋରି, ଲୁଟ ଘଟଣା ଦିନକୁ ଦିନ ବଢି ଚାଲିଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ରାତ୍ରୀକାଳୀନ ପୋଲିସ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.