ETV Bharat / state

ଲକଡାଉନ: ଜୁନିଅର ରେଡକ୍ରସ ଅଧିକାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ - redcross officials

ମହାମାରୀ କୋରୋନାର ଆତଙ୍କରେ ସମଗ୍ର ଦେଶ ଲକଡାଉନ ରହିଥିବା ବେଳେ ରାଇରଙ୍ଗପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ମୟୂରଭଞ୍ଜ ଶାଖା ପକ୍ଷରୁ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଅଧିକ ପଢନ୍ତୁ...

Lockdown: Commendable work by junior Red Cross officials
ଲକଡାଉନ: ଜୁନିଅର ରେଡକ୍ରସ ଅଧିକାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ
author img

By

Published : Apr 4, 2020, 10:35 PM IST

ରାଇରଙ୍ଗପୁର: ମହାମାରୀ କୋରୋନାର ଆତଙ୍କରେ ସମଗ୍ର ଦେଶ ଲକଡାଉନ ରହିଥିବା ବେଳେ ରାଇରଙ୍ଗପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସରକାରଙ୍କ ଲକଡାଉନ ଘୋଷଣାକୁ ଜିଲ୍ଲା ପ୍ରଶାସନ କଡାକଡି ଭାବେ ପାଳନ କରୁଛନ୍ତି । ଏପରି ସ୍ଥିତିରେ ମୟୂରଭଞ୍ଜ ଶାଖା ପକ୍ଷରୁ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ କରୁଛ୍ତି ।

ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ରାଇରଙ୍ଗପୁର ସହରର ବିଭିନ୍ନ ପୋଲିସ ଚେକ୍ ପୋଷ୍ଟ ଗୁଡ଼ିକରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଲେମ୍ବୁ ସରବତ, ଗ୍ଲୁକୋଜ ପାଣି ଓ ଓଆରଏସ ପ୍ରଭୃତି ବଣ୍ଟନ କରୁଛନ୍ତି । ଏଥି ସହିତ ପୋଲିସ ସ୍ଟୋପ୍ ବୋର୍ଡ଼, ପୋଲିସ ଲାଠି ଓ ହାତରେ ବିଶୋଧକ ସ୍ପ୍ରେ କରି କୀଟାଣୁ ମୁକ୍ତ କରୁଛନ୍ତି ।

ସେହିପରି ରାତିରେ ବିକୃତ ମାନସିକ ଓ ନିରାଶ୍ରୟ ଲୋକଙ୍କୁ ନିଜ ଘରେ ରନ୍ଧା ଯାଇଥିବା ଖାଦ୍ୟକୁ ବଣ୍ଟନ କରୁଛନ୍ତି । କେବଳ ସେତିକି ନୁହେଁ ବର୍ତ୍ତମାନ ସମୟରେ ରାଇରଙ୍ଗପୁର ଡାକ୍ତରଖାନାରେ ରକ୍ତର ଘୋର ଅଭାବ ଥିବା ବେଳେ ରକ୍ତଦାନ କରିବା ପାଇଁ ସଚେତନତାର ବାର୍ତ୍ତା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କର ଏଭଳି ସ୍ୱେଚ୍ଛାକୃତ କାର୍ଯ୍ୟକୁ ରାଇରଙ୍ଗପୁରବାସୀ ଭୂରିଭୂରି ପ୍ରଶଂସା କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.